Advertisements
Monday, June 1, 2020
Home District News କାଳବୈଶାଖୀ ତାଣ୍ଡବରେ ଉଡିଲା ଛପର, ଭାଙ୍ଗିଲା ଗଛ

କାଳବୈଶାଖୀ ତାଣ୍ଡବରେ ଉଡିଲା ଛପର, ଭାଙ୍ଗିଲା ଗଛ

କଲ୍ୟାଣସିଙ୍ଘପୁର(ଅକ୍ଷୟ ପୀଡ଼ିସିକା): ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ରେ କାଳବୈଶାଖୀ ତାଣ୍ଡବରେ ସୁନାଖଣ୍ଡି ପଂଚାୟତରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି |

ଗତ ଶନିବାର ଅପରାହ୍ନ ୩ଘଣ୍ଟା ସମୟରେ ବର୍ଷ ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ସୁନାଖଣ୍ଡି ପଂଚାୟତର ଜଗନ୍ନାଥପୁର ଗାଁର କୃଷ୍ଣ ନେମଲପୁରୀ, କମଳୀ କାଡ୍ରାକା, ଅର୍ଜୁ କୁଲୁସିକାଙ୍କ ଘରର ଛାତ ଟିଣ ସମ୍ପୂର୍ଣ ଉଡାଇଦେଇଥିବା ବେଳେ କୃଷ୍ଣ କୁଲୁସିକା, ମାଳତୀ ବିଶୋଇ, ଦିଲୀପ ପାତ୍ରଙ୍କ ଘର ଆଂଶିକ କ୍ଷୟ କ୍ଷତି ହୋଇଛି | ସିନାମାଳି କାଡ୍ରାକାଙ୍କ ଘରେ ବର୍ଷାପାଣି ପଶିବାରୁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇପଡିଛି | ତାହା କେତେ ବେଳେ ଭାଙ୍ଗିଯିବ କହିହେବ ନାହିଁ | ସେହିଘରେ ବର୍ତ୍ତମାନ ଲୋକେ ରହିଛନ୍ତି |ଏ ଘଟଣା ପରେ ଗତକାଲି ସନ୍ଧ୍ୟାରେ ବ୍ଲକ ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡାକା ପରିଦର୍ଶନ କରି କ୍ଷୟକ୍ଷତି ହୋଇଥିବା ପରିବାରଙ୍କ ସହ ସାକ୍ଷାତ କରି ସାନ୍ତ୍ୱନା ଦେଇଥିଲେ | ସେହିପରି ଅନେକ ଲୋକଙ୍କ ଛାତ ଭାଙ୍ଗିବା ସହ ଗଛପତ୍ର ମଧ୍ୟ ଭାଙ୍ଗିଯାଇଥିବାର ଦେଖାଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: