ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ପାପଡ, ଆଚାର ଓ ମସଲା ପାଉଡର ତାଲିମ ଉଦଘାଟିତ

0
121
ଷ୍ଟେଟ ବ୍ୟାଙ୍କ ଆର୍ସେଟି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୨/୦୬) : ଅଦ୍ୟ ତା ୦୨/୦୬/୨୦୨୨ ଦିନ ଷ୍ଟେଟ ବ୍ୟାଙ୍କ ଆର୍ସେଟି ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଫଟକରା ଗ୍ରାମରେ ଏକ ଦଶ ଦିନିଆ ପାପଡ, ଆଚାର ଓ ମସଲା ପାଉଡର ତିଆରି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି |WhatsApp Image 2022 06 04 at 9.27.31 AM 1 ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ପାପଡ, ଆଚାର ଓ ମସଲା ପାଉଡର ତାଲିମ ଉଦଘାଟିତ

ଉକ୍ତ କାର୍ଯ୍ୟକ୍ରମରେ ପୁଇଁତଲା ବ୍ଲକ ର ଶ୍ରୀ ଦୁର୍ଗା ପ୍ରସାଦ ମିଶ୍ର (BPM) ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ତାଲିମ ଗ୍ରହୀତା ମାନଙ୍କୁ ତାଲିମ କାର୍ଯ୍ୟକ୍ରମକୁ ଭବିଷ୍ୟତରେ ପ୍ରକୃତ ଉପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ | ଷ୍ଟେଟ ବ୍ୟାଙ୍କ ଆର୍ସେଟି ଅନୁଷ୍ଠାନ ର ନିର୍ଦେଶକ ଶ୍ରୀ ଚନ୍ଦ୍ର ମୋହନ ମୁର୍ମୁ ଆର୍ସେଟି ର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ବୁଝାଇ ଥିଲେ ତାଲିମ କୁ କାମରେ ଲଗାଇ ରୋଜଗାର ବୃଦ୍ଧି ପାଇଁ ମତବ୍ୟକ୍ତ କରିଥିଲେ |

ପ୍ରଶିକ୍ଷକ ଶ୍ରୀ ହିମକାନ୍ତ ଶତପଥି ତାଲିମ ଗ୍ରହୀତା ମାନଙ୍କର ଉତ୍ତୋରତ୍ତର ସର୍ବାଙ୍ଗୀନ ଉନ୍ନତି ପାଇଁ ଶୁଭକାମନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ସହକାରୀ ସୁଧୀର କୁମାର ବେହେରା ଓ ସାଗରିକ ହୋତା ସହଯୋଗ କରିଥିଲେ | ଅନ୍ତିମ କାର୍ଯ୍ୟକ୍ରମରେ ତାଲିମ ଗ୍ରହୀତା ମାନେ ଧନ୍ୟବାଦ ଅର୍ପଣ କରିଥିଲେ |