Saturday, August 8, 2020
Home District News ପିଇବା ପାଣି ପାଇଁ ହଇରାଣ ସତ୍ୟମଗୁଡା ବାସିନ୍ଦା

ପିଇବା ପାଣି ପାଇଁ ହଇରାଣ ସତ୍ୟମଗୁଡା ବାସିନ୍ଦା

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଗରମରୁ ରକ୍ଷା ପାଇଁବା ପାଇଁ ଅଂଶୁଘାତର ଶିକାର ନ ହେବା ପାଇଁ ନିଜକୁ ଓ ପରିବାରକୁ କିପରି ଗରମ କବଳରୁ ରକ୍ଷା କରାଯିବ ତା ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସଚେତନ କରାଇବା ସଙ୍ଗେ ସଙ୍ଗେ ଅଧିକ ମାତ୍ରାରେ ପାଣି ପିଇବାକୁ ମଧ୍ୟ କହିଛନ୍ତି ।

କିନ୍ତୁ ମାଲକାନଗିରି ଜିଲ୍ଲାର ସଦର ମହକୁମା ଠାରେ ସ୍ଥିତ ୮ନଂ ୱାଡ଼ (ସତ୍ୟମଗୁଡା) ଯେଉଁଠି ଲୋକେ ପାନୀୟ ଜଳ ପାଇଁ ବହୁତ ହଇରାଣ ହେଉଥିବା ସଙ୍ଗେ ସଙ୍ଗେ ଲୌହ ଯୁକ୍ତ ଜଳ ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସୂଚନା ଅନୁଯାୟୀ ଏହି କଲୋନୀରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ମାତ୍ର ୨ଟି ନଳକୂପର ବ୍ୟବସ୍ଥା ରହିଛି । ତା ମଧ୍ୟରୁ ପୁଣି ଗୋଟିକର ଜଳ ଏତେ ଲୌହ ଯୁକ୍ତ ଯେ ବ୍ୟବହାର ଯୋଗ୍ୟ ନୁହଁ । ଗୋଟିଏ ନଳକୂପରୁ ପାଣି ବାହାରୁଥିବାବେଳେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ପାଣି ନେଉଛନ୍ତି ଲୋକେ । ଏ ନେଇ ଅନେକ ଥର ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା, କିନ୍ତୁ ସମାଧାନ କିଛି ହୋଇ ପାରିଲାନାହିଁ । ଅପର ପାର୍ଶ୍ଵରେ ପୁଣି ପାଇପି ଲାଇନ ମାଧ୍ୟମରେ ପାଣି ଯୋଗାଉଛନ୍ତି । କିନ୍ତୁ ସତ୍ୟମଗୁଡା ବାସିନ୍ଦାଙ୍କୁ ଏହି ସୁବିଧାରୁ ବଞ୍ଚିତ ରଖାଯାଇଛି ।

ପାଣି ପାଇଁ ଏଣେତେଣେ ଛଟପଟ ହେଉଛନ୍ତି ସତ୍ୟମଗୁଡା ବାସିନ୍ଦା । ତେବେ କଣ ଗୋଟିଏ ନଳକୂପର ପାଣି ଏହି ୨୦୦ ପରିବାରକୁ ଖରାରୁ ବଞ୍ଚେଇ ପାରିବ ତା ନେଇ ପ୍ରଶ୍ନ ଉଠୁଛି । ଯଦି ଏପରି ପରିସ୍ଥିତି ଜିଲ୍ଲା ସଦର ମହକୁମା ଠାରେ ଦେଖିବାକୁ ମିଳେ ତେବେ ଅନ୍ୟ ଅଞ୍ଚଳରେ କେତେ ସଜାଗ ଅଛନ୍ତି ଜିଲ୍ଲା ପ୍ରଶାସନ | ସତ୍ୟମଗୁଡା ବାସିନ୍ଦାଙ୍କ ଏହି ପାନୀୟ ଜଳର ସମାଧାନ ଅତି ଶୀଘ୍ର ନ କଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତା ଅବରୋଧ କରିବେ ବୋଲି ସତ୍ୟମଗୁଡା ବାସିନ୍ଦା କହିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: