ଅସୁରକ୍ଷିତ ଭାବରେ ଐତିହ୍ୟପୂର୍ଣ୍ଣ ରାମଜୀ ମଠ

0
145
ଅସୁରକ୍ଷିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୪/୬) : ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାରେ ଅନେକ ମୂଲ୍ୟବାନ କୀର୍ତ୍ତିରାଜ ରହିଛି । ଏମିତି ଏକ କୀର୍ତ୍ତିରାଜ ହେଉଛି ଶ୍ରୀକ୍ଷେତ୍ରସ୍ଥିତ ରାମଜୀ ମଠ । ଏବେ ଏହା ଅସୁରକ୍ଷିତ ଓ ଅବହେଳିତ । କିନ୍ତୁ ବେସରକାରୀ ସ୍ତରରେ ପୁନଃଉଦ୍ଧାର ପାଇଁ ପ୍ରାୟସ ଆରମ୍ଭ ହୋଇଛି ।

ସୋନପୁର ଗଡଜାତ ସମୟରେ ଏହି ଅଞ୍ଚଳ ଲୋକମାନେ ପୁରୀ ର ଜଗନ୍ନାଥ ଦର୍ଶନ ସହ ରଥଯାତ୍ରା, ସୁନା ବେଶ, ହବିଷ୍ୟ କରିବା ପାଇଁ ଯାଉଥିଲେ । ସେହି ସମୟ ନଦୀ, ନାଳ, ପାହାଡ଼ ଦେଇ ଚଳାପଥରେ ଶ୍ରୀକ୍ଷେତ୍ର ଯିବାର କଷ୍ଟସାଧ୍ୟ ତଳେ ମଧ୍ୟ ଏହି ମଠରେ ଲୋକମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ନେଇ ବେଶ ଆଶ୍ଵସ୍ଥ ଅନୁଭବ କରୁଥିଲେ । ଗଡଜାତ ସମୟରେ ଏହି ବ୍ୟବସ୍ଥା ନେଇ ଲୋକେ ବେଶ ଆଶାବାଦୀ ଥିଲେ ।

ଇତିହାସ ପୃଷ୍ଠଭୂମି ଜଣାପଡ଼େ ୧୬୩୫ ଠାରୁ ୧୬୪୫ ରେ ଚୌହାନ ଶାସନ ସମୟରେ ମଦନ ଗୋପାଳ ସୋନପୁର ରାଜ୍ୟ ଶାସନ କରୁଥିଲେ । ତାଙ୍କର ଭାଇ ବାବାଜୀ ବଂଶୀ ଗୋପାଳ ସନ୍ନ୍ୟାସୀ ହୋଇଥିଲେ ମଧ୍ୟ ରାଜାଙ୍କ ଅନୁପସ୍ଥିତରେ ରାଜ୍ୟ କାର୍ଯ୍ୟ  ଦେଖୁଥିଲେ । ବାବାଜୀ ବଂଶୀ ଗୋପାଳ ଭାଇ ଭାଗ ର ସମ୍ପତ୍ତିରେ ସମ୍ବଲପୁର, ସୋନପୁର, ପୁରୀରେ ଗୋପାଜୀ ମନ୍ଦିର ଓ ମଠ ନିର୍ମାଣ ହୋଇଥିଲ ।

ପରବର୍ତ୍ତୀ ସମୟରେ ପୁରୀର ଉକ୍ତ ମଠର ମଠାଧିଶ ରାମ ଦାଶ ନାମ ଅନୁସାରେ ରାମଜୀ ମଠ ହୋଇଥିଲା । ଓଡ଼ିଶା ପ୍ରଦେଶର ନିମାର୍କ ସଂପ୍ରଦାୟର ମୂଖ୍ୟ ପୀଠ ରାମଜୀ ମଠ । ୫୭୦ ବର୍ଷ ତଳ ଏହି ମଠରେ ୯ ଏକର ଜମି ରହିଥିଲା । ଏବେ ଅସାମାଜିକ ଲୋକମାନଙ୍କ ଦ୍ଵାରା ଜବରଦଖଲ ହୋଇ କେବଳ ୯୫୦ ଡିସିମିଲ ଜାଗା ରହିଛି । ଐତିହ୍ୟ ପୂର୍ଣ୍ଣ ପ୍ରସିଦ୍ଧ ରାମଜୀ ମଠ ଅସୁରକ୍ଷିତ ରହିଛି । ଯାହା ରକ୍ଷଣାବେକ୍ଷଣ କରିବା ଜରୁରୀ ହୋଇ ପଡିଛି । ରାଜ୍ୟ ସରକାରୀ ଐତିହ୍ୟ କୀର୍ତ୍ତିରାଜମାନଙ୍କ ପୁନଃଉଦ୍ଧାର କରିବା ପ୍ରାୟସ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରାଜନୈତିକ ନେତୃତ୍ଵ ବୃନ୍ଦ ଜିଲ୍ଲାବାସୀଙ୍କ ପ୍ରସିଦ୍ଧ ରାମଜୀ ମଠ  ପୁନଃଉଦ୍ଧାର କରି ସୁବ୍ୟବସ୍ଥିତ କରିବା ପାଇଁ ଦୃଢ ଦାବୀ ହେଉଛି । ଅନ୍ୟପକ୍ଷରେ ମଠ ର ବ୍ରହ୍ମଚାରୀ ସୁଶିଳ ଚୈତନ୍ୟ ଏହି ରାମଜୀ ମଠ ର କିଛି ଘର ନିର୍ମାଣ କରିବା ପାଇଁ ବେସରକାର ଉଦ୍ୟମ କରାଯାଇଥିବାର ସୂଚନା ଦେଇଛନ୍ତି ।