Related Contents

ଗୋବିନ୍ଦପାଲ୍ଲୀ ପିଡିତାଙ୍କୁ ନ୍ୟାୟ ଦେବା ପାଇଁ ବାହାରିଲା ଜିଲ୍ଲା ବିଜେପିର ପ୍ରତିନିଧି ଦଳ

ମାଲକାନଗିରି(ଅସୀମ କୁମାର ବିଶ୍ୱାସ): ଗୋବିନ୍ଦପାଲ୍ଲୀ ପିଡିତାଙ୍କ ଆତ୍ମହତ୍ୟା ପରେ ମାଲକାନଗିରି ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ଅଶୋକ କୁମାର ପରିଡାଙ୍କ ନେତୃତ୍ୱରେ ଗୋବିନ୍ଦପାଲ୍ଲୀ ପିଡୀତାଙ୍କ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଓ ଘଟଣାରେ ସମ୍ଫୃକ୍ତ ସମସ୍ତ ସାକ୍ଷୀଙ୍କୁ ଭେଟିଥିଲେ ।

ତଦନ୍ତରୁ ସ୍ପଷ୍ଟ ଜଣାପଡୁଛି ଯେ ଘଟଣାଟିକୁ ଅତ୍ୟନ୍ତ ବେପରୁଆ ତଥା ଖାମଖିଆଲି ଭାବେ ପରିଚାଳନା କରିଛନ୍ତି । ଯେଉଥିପାଇଁ ଦିର୍ଘଦିନ ପରେ ମଧ୍ୟ ନ୍ୟାୟ ନପାଇ ଶେଷରେ ନିର୍ଦ୍ଦୋଷ ପିଡୀତା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ । ସମ୍ବେଦନହୀନ ରାଜ୍ୟ ସରକାର ଏ ଘଟଣାକୁ ନେଇ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନେଇ ନାହାନ୍ତି । ଅନେକ ନାବାଳିକା ଓ ନାରୀ ନ୍ୟାୟ ନ ପାଇ ଆତ୍ମହତ୍ୟା କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କର ଏପ୍ରତି କୌଣସି ଚେତା ପଶୁନାହିଁ । ତେଣୁ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପୂର୍ଣିମା ମଜୁମଦାର, ଜିଲ୍ଲା ପରିଷଦ ଉପସଭାପତି ସୁଲତା ମଣ୍ଡଳ, ଜିଲ୍ଲା ପରିଷଦ ସଭ୍ୟା ଦେବୀ ମାଢି, ଜିଲ୍ଲା ପରିଷଦ ସଭାପତି ଦଶରଥ ପଡିଆମି, ମାଲକାନଗିରି ବିଧାୟକ ପ୍ରାର୍ଥୀ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ପଦୁ ମାଝି, ଏସଟି ମୋର୍ଚ୍ଚାର ଜଳନ୍ଧର ନାୟକ, ଜିଲ୍ଲା ସମ୍ପାଦକ ନବଘନ ଲୋକେଇ , ଗୀତାଞ୍ଜଳୀ ମହାପାତ୍ର, ତପତି ବିଶ୍ବାସ, ସରସ୍ବତୀ ନାୟକ ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ପ୍ରକୃତ ଦୋଷୀକୁ ଦଣ୍ଡ ତୁରନ୍ତ ଦେବା ପାଇଁ ଓ ପିଡୀତାଙ୍କ ପରିବାରକୁ ସରକାରଙ୍କ ତରଫରୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବିଜଣାଇଛନ୍ତି । ନଚେତ୍ ଆଗାମୀ ଦିନରେ ଭୟାବହ ପରିଣାମ ପାଇଁ ସରକାର ଦାୟୀ ରହିବେ ବୋଲି ପ୍ରକାଶ କରିଛନ୍ତି |

Comments are closed.