Friday, March 29, 2024

Top 5 This Week

Related Posts

ଚୋରା ବାଲି ଚାଲାଣ କରୁଥିବା ୪ଗୋଟି ବାଲି ବୋଝେଇ ଟ୍ରାକ୍ଟରରୁ ୪୦ ହଜାର ଟଙ୍କା ଜୋରିମାନା

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୦୫/୦୮) : ରାୟଗଡ଼ା ରେ ଦିନକୁ ଦିନ ଚୋରା ବାଲି ଚାଲାଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହି ଚୋରା ବାଲିଚାଲାଣ କୁ କିଭଳି ରୋକା ଯାଇପାରିବ ଏ ନେଇ ତତ୍ପରତା ଦେଖାଇଛନ୍ତି ରାଜସ୍ୱ ବିଭାଗc10a1672 5494 48f1 ba12 24ba296a74c6 ଚୋରା ବାଲି ଚାଲାଣ କରୁଥିବା ୪ଗୋଟି ବାଲି ବୋଝେଇ ଟ୍ରାକ୍ଟରରୁ ୪୦ ହଜାର ଟଙ୍କା ଜୋରିମାନା

ୱାଇ ଫର୍ମ ନ ଥାଇ ଚୋରା ବାଲି ଚାଲାଣ କରୁଥିବା ୪ ଗୋଟି ବାଲିବୋଝେଇ ଟ୍ରାକ୍ଟରରୁ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଦୁଇଗୋଟି ଟ୍ରାକ୍ଟର ଖିଲିମିସିଗୁଡ଼ାରୁ ବାଲି ଉଠାଉଥିବା ବେଳେ ଏବଂ ଆଉ ଦୁଇଗୋଟି ବାଲିବୋଝେଇ ଟ୍ରାକ୍ଟରକୁ ମଝିଘରିଆଣି ମନ୍ଦିର ବ୍ରିଜ ପାଖରେ ଅଟକାଇ ଧରା ଯାଇଛି ।

ଏହି ଟ୍ରାକ୍ଟର ଗୁଡାକ ବାଲି ଉଠାଇବା କୌଣସି କାଗଜପତ୍ର ନ ଥାଇ, ବାଲି ଚାଲାଣ କରୁଥିବା ବେଳେ ରାଜସ୍ୱ ବିଭାଗର ଅତିରିକ୍ତ ତହସିଲଦାର ସୁନୀଲ ଖୋରା ଏବଂ ଜିମିଡ଼ି ପେଟା ଆରଆଇ ତୁଷାର ରଞ୍ଜନ ବେହେରା ଓ ରାଜସ୍ବ ବିଭାଗର ସୁପରଭାଇଜର ପି. ମାଲିକାର୍ଜୁନଙ୍କ ଉପସ୍ଥିତିରେ ଏହି ଜୋରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଏହି ପ୍ରକାର ଭୁଲ କୁ କଦାପି ବରଦାସ୍ତ କରାଯିବନି ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles