Thursday, March 28, 2024

Top 5 This Week

Related Posts

ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ବିଶ୍ୱ ସାଇକେଲ ଦିବସ ପାଳିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୩/୬) : ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ତିନି ଜଣ କର୍ମଚାରୀ ବରିଷ୍ଠ ସହାୟକ ସର୍ବେଶ୍ୱର ଦାନୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଶେଷଦେବ ସ୍ୱାଇଁ ବର୍ଷ ତମାମ ସାଇକେଲରେ କାର୍ଯ୍ୟାଳୟକୁ ଆସିବା ସହ ସମୟାନୁବର୍ତ୍ତିତା ଏବଂ କର୍ତ୍ତବ୍ୟ ପରାୟଣତା ରକ୍ଷା କରି କାର୍ଯ୍ୟାଳୟ ର କାର୍ଯ୍ୟ ସଂପାଦନ ପୂର୍ବକ ଘରକୁ ଫେରୁଥିବାରୁ ବିଶ୍ୱ ସାଇକେଲ ଦବସ ଅବସରରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଉପଢୌକନ, ସ୍ମାରକୀ ଓ ମାନପତ୍ର ଦେଇ ଏହି କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ସାଇକେଲ ଚାଳନା ପାଇଁ ଉତ୍ସାହିତ କରିବା ସହ ସୁସ୍ଥ ଓ ନିରୋଗ ଜୀବନ କାମନା କରିଥିଲେ । ଏହାଦ୍ୱାରା ଅନ୍ୟ କର୍ମଚାରୀମାନେ ସାଇକେଲ ଚାଳନା କରିବା ପାଇଁ ପ୍ରୋତ୍ସାହିତ ହେବା ସହିତ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ ଓ ଶାରିରୀକ ଭାବରେ ସୁସ୍ଥ ରହିବେ ବୋଲି କର୍ମଚାରୀ ମହଲରେ ମତ ପ୍ରକାଶ ପାଇଛି ଏବଂ ସାଇକେଲ ଚାଳନା କରୁଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି ।

ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ନେହେରୁ ଯୁବକେନ୍ଦ୍ର ପକ୍ଷରୁ ବୌଦ୍ଧ ବ୍ଳକ ଗନ୍ଧରାଢୀ ମହାବିଦ୍ୟାଳୟ ଠାରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ସାଇକେଲ ଚାଳନା ଦ୍ୱାରା ଶାରିରୀକ ସୁସ୍ଥତା ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ଅଧ୍ୟାପକ ପ୍ରବୀର କୁମାର ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Popular Articles