Related Contents

କମ୍ବିଂଗ ଅପରେସନ ସାରି ଫେରୁଥିବା ବେଳେ ଏସଓଜି ଟିମ ଉପରେ ଆକ୍ରମଣ

ମାଲକାନଗିରି(ଅସୀମ ବିଶ୍ୱାସ): ଲାଲଗଡ଼ ନାଁ ରେ ପରିଚିତ ମାଲକାନଗିରିରେ ଏବେ ବି ସକ୍ରିୟ ଅବସ୍ଥାରେ ଅଛନ୍ତି ମାଓବାଦୀ ତାହାର ପ୍ରମାଣ ଦେଇଛନ୍ତି ମାଓବାଦୀ ମାନେ ।

ଆଜି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଂଚାୟତର ଗୋକାପଦର ଗ୍ରାମରୁ ତଳକୁ ଫେରୁଥିବା ସମୟରେ ପୂର୍ବରୁ ମାଓବାଦୀ ମାନଙ୍କୁ ଦ୍ୱାରା ସେଟ କରାଯାଇଥିବା ବୋମା ବିସ୍ଫୋରଣ ଘଟି ୨ଜଣ ଏସଓଜି ଯବାନ ସହ ଜଣେ ସ୍ଥାନୀୟ ନାଗରିକ ମଧ୍ୟ ଆହତ ହେବାର ସୂଚନା ମିଳିଛି । ଆହତ ଯବାନ ଦୁଇଜଣ ଗୁରୁତର ହେବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ହେଲିକପ୍ଟର ଜରିଆରେ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଥିବା ବେଳେ ସ୍ଥାନୀୟ ନାଗରିକ ଜଣକୁ ମାଲକାନଗିରି ମୁଖ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ସକାଳ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା, ଏବେ ସେମାନଙ୍କ ଅବସ୍ଥା ଭଲ ଅଛି ବୋଲି ମାଲକାନଗିରି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Comments are closed.