ଦିବ୍ୟାଙ୍ଗ ଛଟୁ ନାଗ ଙ୍କ ଦୃଢ଼ ମନୋବଳ : ବିନା ଗୋଡ଼ରେ ଘୋଷାରି ହୋଇ ସ୍କୁଲରେ ପହଞ୍ଚନ୍ତି ଦେଢ଼ କି.ମି.

0
132
ଦିବ୍ୟାଙ୍ଗ ଛଟୁ ନାଗ

ଖରା ବର୍ଷା ଶୀତ ଯାହା ବି ହେଉ ଘୋଷାରି ଘୋଷାରି ନିୟମିତ ପହଞ୍ଚି ଯାନ୍ତି ପାଠପଢି ।

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୩/୦୬) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ର କେନ୍ଦୁମୁଣ୍ଡି ପଞ୍ଚାୟତ ର ତୁଳସୀ ଡୁଙ୍ଗୁରି ଗାଁ ର ଦିବ୍ୟାଙ୍ଗ ଛଟୁ ନାଗ ପିତା ଟିକେଚନ ନାଗ କାମରେ ଦିନ ମଜୁରିଆ । ଛଟୁ ନାଗ (୬) ଜନ୍ମରୁ ବିକଳାଙ୍ଗ । ତାଙ୍କ ଦୁଇ ଗୋଡ଼ ଅଚଳ ହୋଇଯାଇଛି ।

କିନ୍ତୁ ଦିବ୍ୟାଙ୍ଗ ଛଟୁ ନାଗ ଙ୍କ ଦୃଢ଼ ମନୋବଳ ଯୋଗୁଁ ତାଙ୍କ ଆଗରେ ସବୁ ହାର ମାନିଛି । ଘୋଷାରି ଘୋଷାରି ଯାନ୍ତି ଅଧ କି.ମି. ଦୂରରେ ଅବସ୍ଥିତ ଗାଁ ସରକାରୀ ବିଦ୍ୟାଳୟ କୁ । ସେ ସରକାରୀ ଯୋଜନାରେ କେବଳ ବିକଳାଙ୍ଗ ଭତ୍ତା ପାଉଛି । ସ୍କୁଲ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି ।

ସ୍କୁଲ ଅଧ କିଲୋମିଟର ହେବ ଓ ତା’ ପାଇଁ ସବୁ ସମୟରେ ଗୋଟିଏ ଲୋକ ଦରକାର । ବର୍ଷା ମାସରେ କାଦୁଅ ରାସ୍ତା ଯିବା ଆସିବା ପାଇଁ ବହୁତ କଷ୍ଟ । ତେଣୁ ପ୍ରଶାସନ ଦୃଷ୍ଟି ଦେଇ ଏକ ହୁଇଲ ଚେୟାର ସାଇକଲ ଯୋଗାଇ ଦେଲେ ଛଟୁ ଙ୍କ ସ୍କୁଲ ଯିବାରେ ବହୁ ସହାୟକ ହୋଇପାରିବ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ।