Related Contents

ନଦୀରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

ମୁନିଗୁଡା(ରଞ୍ଜନ ସ୍ୱାଇଁ ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ସ୍ଥାନୀୟ ବିରିପାଦ ଗ୍ରାମ ମହୀଝୋଲା ଠାରେ ବଂଶଧାରା ନଦୀରେ ଏକ ଶବ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ |

ଗ୍ରାମବାସୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଦୀରେ ଭାସୁଥିବା ଶବଟିକୁ ଉଦ୍ଧାର କରିଥିଲା ଓ ମୃତ ବ୍ୟକ୍ତିର ପରିଚୟ ପାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ପଚାର ଉଚରା କରିଥିଲା ହେଲେ ମୃତ ବ୍ୟକ୍ତିର ପରିଚୟ କେହି ଦେଇପାରୁନଥିଲେ | ଆଗରୁ ମଧ୍ୟ ଏହି ଜାଗାରେ ଅନେକ ଘଟଣା ଘଟୁଛି କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ପଡୁ ନ ଥିବା ଅଭିଯୋଗ ହେଉଛି | ଘଟଣା ସ୍ଥଳରେ ଅମ୍ବାଦଳା ଥାନା ଏଏସଆଇ ଭୀମସେନ ପୂଜାରୀ ଓ ଏସଆଇ ତୁଳସୀରମ ଜାଣି ପହଂଚି ତଦନ୍ତ ଜାରିରଖିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.