ରାଜ୍ୟ ଭିନ୍ନକ୍ଷମ କମିଶନର ପଦବୀରେ ଜଣେ ଭିନ୍ନକ୍ଷମ ଙ୍କୁ ନିଯୁକ୍ତି ପାଇଁ ଜନମତ ସଂଗ୍ରହ

0
213
ରାଜ୍ୟ ଭିନ୍ନକ୍ଷମ କମିଶନର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୩/୦୬) : ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ତରଫରୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ରାଜ୍ୟ ଭିନ୍ନକ୍ଷମ କମିଶନର ଭାବରେ ନିଯୁକ୍ତି ଦେବା ପାଇଁ ଆଜି ରାୟଗଡ଼ା ସଦର ମହକୁମା ସ୍ଥିତ ରାୟଗଡ଼ା ଜିଲ୍ଲା କୋର୍ଟ ପରିସରରେ ଏକ ଜନମତ କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବୁଦ୍ଧିଜୀବୀ ଓ ମିଡ଼ିଆ ବନ୍ଧୁ ଏବଂ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ କମିଶନର ପଦବୀରେ ଜଣେ ଭିନ୍ନକ୍ଷମଙ୍କୁ ନିଯୁକ୍ତି ପାଇଁ ନିଜର ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସି ସି ପି ଏଜି ସଂଘ ର ସମ୍ପାଦକ ଶ୍ରୀ ଶିଶିର ରାଉଳ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଆରମ୍ଭ କରିଥିଲେ ।

ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ଜନମତ କୁ ଜିଲ୍ଲାର ବହୁ ସଂଖ୍ୟାରେ ଜନମତ କରାଯାଇ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜିଲ୍ଲାରୁ ମଧ୍ୟ ସଂଗ୍ରହ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଆଗାମୀ ଦିନରେ ଦାବି ଜଣେଇବା କାର୍ଯ୍ୟକ୍ରମ ରଖାଯିବ ବୋଲି ଶ୍ରୀ ଶିଶିର ରାଉଳ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ କୃଷ ପ୍ରସାଦ ମିଶ୍ର, ବ୍ରଜ ସୁନ୍ଦର ନାୟକ, ରାଧାମୋହନ ଦଳେଇ, ପଦ୍ମନାଭ ଦାସ, ରମେଶ ପାଢୀ, ଉମାଶଙ୍କର ପାଢୀ ସମେତ ମିଡ଼ିଆ ବନ୍ଧୁ ଏବଂ ଅନ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ବୁଦ୍ଧିଜୀବୀ