Related Contents

ସାମୁଦ୍ରିକ ଫନି ବାତ୍ୟା ପୀଡିତାଙ୍କୁ ୩୭୬୦୦ ଟଙ୍କା ସାହାଯ୍ୟ କଲେ ବୈପାରୀଗୁଡା ସରପଞ୍ଚ ସଂଘ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ଓଡ଼ିଶାର ଶ୍ରୀକ୍ଷେତ୍ର ଧାମ ଓ ମନ୍ଦିର ମାଳିନୀ ସ୍ମାର୍ଟ ସିଟି ଭୁବନେଶ୍ୱର ସହ ସାମୁଦ୍ରିକ ତ୍ୟା “ଫନି”ରେ ପ୍ରଭାବିତ ହାଇଥିବା ଅଞ୍ଚଳ ଗୁଡିକର ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି |

ଏଥିପାଇଁ ଓଡିଶା ସରକାର ରିଲିଫ ପାଣ୍ଠିକୁ ବ୍ୟକ୍ତିଗତ, ସାମୁହିକ, ସରକାରୀ ଓ ବେସରକାରୀ ସମସ୍ତଙ୍କ ପକ୍ଷରୁ ସାହାଯ୍ୟ କରୁଥିବା ବେଳେ ବୈପାରୀଗୁଡା ସରପଞ୍ଚ ସଂଘ ତରଫରୁ ମଧ୍ୟ ଆର୍ଥୀକ ସାହାଯ୍ୟ କରାଯାଇଛି | ସଂଘର ସଭାପତି ଭାଗିରଥି ମୁର୍ଜିଆଙ୍କ ନେତୃତ୍ୱରେ ମୋଟ କୁଡିଏଟି ପଞ୍ଚାୟତର ସମସ୍ତ ସରପଞ୍ଚ ମାନଙ୍କ ଗୋଟିଏ ମାସର ପରିଶ୍ରମିକ ଭତ୍ତା ଜଣକ ୧୮୮୦ଟଙ୍କା ହିସାବରେ ମୋଟ ଟଙ୍କା ୩୭୬୦୦ ବାତ୍ୟାରେ ପୀଡିତାଙ୍କ ସାହାଯ୍ୟ ଉଦ୍ୟେଶରେ ପ୍ରଦାନ କରିଛନ୍ତି | ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଡିକୁ ସ୍ଥାନିୟ ବିଡିଓଙ୍କ ଜରିଆରେ ପଠା ଯାଇଥିବା ସଂଘ ପ୍ରକାଶ କରିଛି |

Leave a Reply

This site uses Akismet to reduce spam. Learn how your comment data is processed.