ଆଜି ପଞ୍ଚଭୂତରେ ଲୀନ ହେବେ କେକେ : ମୁମ୍ବାଇରେ ହେବ ଶେଷକୃତ୍ୟ

0
182
ଆଜି ପଞ୍ଚଭୂତରେ ଲୀନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୨/୦୬) : ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡ ର ଖ୍ୟାତନାମା ଗାୟକ କେକେ । ଆଜି ହେବ ତାଙ୍କ ଅନ୍ତିମ ସଂସ୍କାର । ମୁମ୍ବାଇ ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।

ଆଜି ପଞ୍ଚଭୂତରେ ଲୀନ ହେବେ କେକେ । ଭର୍ସୋଭାର ପାର୍କ ପ୍ଲାଜା କଂମ୍ପ୍ଲେକ୍ସରେ କେକେ ରହୁଥିବାରୁ ଘର ନିକଟ ଶ୍ମଶାନରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିନ ୧୦ ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀର ରଖାଯିବ । ଗତକାଲି ରାତିରେ କେକେଙ୍କ ମର ଶରୀର କୋଲକତାରୁ ମୁମ୍ବାଇ ଅଣାଯାଇଥିଲା ।

ମଙ୍ଗଳବାର କୋଲକାତା ର ନଜରୁଲ ମଞ୍ଚରେ ଗୀତ ଗାଇବା ବେଳେ ଅସୁସ୍ଥ ହୋଇପଡିଥିଲେ କେକେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୫୩ ବର୍ଷ ବୟସରେ କେକେଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚାରିଆଡେ ଶୋକ ର ମାହୋଲ ଖେଳି ଯାଇଛି । ସ୍ତବ୍ଧ ହୋଇଯାଇଛି ପୂରା ବଲିଉଡ । କେକେଙ୍କ ଫ୍ୟାନ୍ସ ବି ନିଜ ପପୁଲାର ଷ୍ଟାରଙ୍କ ଏପରି ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାଁନ୍ତି ।

କେକେଙ୍କ ମୃତ୍ୟୁ ର କାରଣ ହୃଦଘାତ ବୋଲି କୁହାଯାଉଥିବା ବେଳେ ତାଙ୍କ ମୁହଁ ଓ ମୁଣ୍ଡରେ କ୍ଷତଚିହ୍ନ ଠାବ ହେବା ଘଟଣାକୁ ଆହୁରି ରହସ୍ୟମୟ କରିଛି । କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅପମୃତ୍ୟୁ ଆଶଙ୍କାକୁ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟରେ ଖଣ୍ଡନ କରାଯାଇଛି । ହେଲେ କେକେଙ୍କ ଜଟିଳ ଯକୃତ ଓ ଫୁସଫୁସ୍ ସମସ୍ୟା ଥିବା ଜଣାଯାଇଛି । କୋଲକାତା ର SSK ହସ୍ପିଟାଲରେ ପ୍ରାୟ ଦେଢ଼ ଘଣ୍ଟା ଧରି ଶବ ବ୍ୟବଚ୍ଛେଦ ଚାଲିଥିଲା ଏବଂ ଏହାର ଭିଡିଓ ରେକର୍ଡିଂ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟରେ ସାମ୍ନାକୁ ଆସିଛି କେକେଙ୍କ ଏକ ସିସିଟିଭି ଫୁଟେଜ୍ । ମଞ୍ଚରେ ଅସୁସ୍ଥ ଅନୁଭବ କରିବା ପରେ ସେ ହୋଟେଲ୍ ଫେରିଯାଇଥିଲେ । ଆଉ ହୋଟେଲ୍ ଲବି ଦେଇ ରୁମ ଯିବା ବେଳ ର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିବା ବେଳେ ତାହା ଏବେ ଭାଇରାଲ ହେଉଛି ।