ଲମତାପୁଟ ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗତ କାଲି ପାହାନ୍ତିଆ ସମୟରେ ମାଛକୁଣ୍ଡ ପୋଲିସ ପେଟ୍ରୋଲିଙ୍ଗ୍ କରିବା ସମୟରେ ସଗର ଠାରେ ଏକ ଓମିନି ଗାଡି ଓଡ଼ି୧୦ଏଫ ୪୧୦୧କୁ ଅଟକାଇ ଯାଞ୍ଚ କରିବାରୁ ଗାଡିରୁ ତିନି କୁଇଣ୍ଟାଲ୍ ୨୧କେଜି ଗଞ୍ଜେଇ ବାହାର କରାଯାଇଥିଲା ।

ଜବତ ଗଞ୍ଜେଇର ମୁଲ୍ୟ ପାଖାପାଖି ୧୫ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୋଲିସ ପକ୍ଷରୁ ଆକଳନ କରାଯାଇଛି । ଏହି କାରବାରରେ ଜଣକୁ ଗିରଫ କରାଯାଇଛି ଓ ଆଉ ଜଣେ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ଅନ୍ୟ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜେଇଟି ଲମତାପୁଟ ବ୍ଲକ ଜଲାପୁଟରୁ ସେମିଳିଗୁଡା ଚାଲାଣ ହେଉଥିଲା । ଗିରଫ ଯୁବକ ପଟାଙ୍ଗି ଅଞ୍ଚଳର ପୁକାଲି ମାଳିଗୁଡାର ପରମେଶ୍ବର ଖରା । ଜୟପୁର ଏସ୍ଡିପିଓ ସାଗରିକା ନାଥ ପହଞ୍ଚି ଏହାର ତଦନ୍ତ କରୁଛନ୍ତି । ଏହି ଚଢାଉରେ ମାଛକୁଣ୍ଡ ଥାନା ଆଇଆଇସି ସୁବ୍ରତ ପଣ୍ଡା, ଲମତାପୁଟ ଫାଣ୍ଡି ଅଧିକାରୀ ଶିବପ୍ରସାଦ ଷଡ଼ଙ୍ଗୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ସାଗରିକା ନାଥ କହିଛନ୍ତି ଏ ଅଞ୍ଚଳରୁ ଗଞ୍ଜେଇ କାରବାରକୁ ମୁଳପୋଛ କରାଯିବ ।

Comments are closed.