Related Contents

ସମାଜସେବୀ ଉତ୍ତମ ମଲ୍ଲିକଙ୍କୁ ଓକିଲ ସଙ୍ଘ ତରଫରୁ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲା ଓକିଲ ସଙ୍ଘ ତରଫରୁ ସମାଜସେବୀ ଉତ୍ତମ ମଲ୍ଲୀକଙ୍କୁ ଓକିଲ ସଂଘର ସଭାଗୃହରେ ଏକ ବୈଠକ ଅନୁଷ୍ଠିତ କରି ସମ୍ବର୍ଦ୍ଧନା ଦିଆଯାଇଥିଲା । ଗରିବ ଅସହାୟ ଲୋକମାନଙ୍କ ପାଇଁ ସେ ଏକ ଦେବଦୂତ ପାଲଟିଛନ୍ତି ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସେ ଅନେକ ଥର ଲୋକମାନଙ୍କ ପାଇଁ ବହୁ କିଛି କରିଛନ୍ତି, ଖାଲି ଏତିକି ନୁହେଁ ସେ ଗରିବ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ଏମ୍,ଭି-୭୯ରେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଯେଉଁମାନେ ଟଙ୍କା ଅଭାବରୁ ଚିକିତ୍ସା କରିପାରନ୍ତି ନାହିଁ ସେମାନଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି । ଏଭଳି ଜନହିତକର କାର୍ଯ୍ୟ ସହ ଏବେ ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାବାସୀଙ୍କୁ ସାହାଯ୍ୟ କରିବା ପାଇଁ ସାହାଯ୍ୟର ହାତ ବଢ଼େଇ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ତାଙ୍କ ଏ ସେବା ମନବୃତି ପାଇଁ ଆଜି ମାଲକାନଗିରି ଓକିଲ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଉତ୍ସବରେ ଓକିଲ ସଂଘର ସଭାପତି ନୃସିଂହ ମହାନ୍ତି ,ସଂପାଦକ ଲମ୍ବୋଦର ତୁରୁକୁ,ଆଇନ ଜୀବୀ ଅନିମେଶ ଦାସ ,ବିଷ୍ଣୁପ୍ରସାଦ ନାଲା,ଗୋପାଳକୃଷ୍ଣ ପଣ୍ଡା ,ଗୌତମ ସରକାର ,ଶଙ୍କର ସାହା ,ଚିନ୍ମୟ ରାୟ, ରଥୀକୃଷ୍ଣ ପାତ୍ର, ରାଜେଶ ପଟ୍ଟନାୟକ ଆଦି ଉପସ୍ଥିତ ଥିବା ସହ ପଡ଼ିଆ ବ୍ଲକର ଚେୟାରମ୍ୟାନ ମଧ୍ୟ ଉପସ୍ଥିତ ରହିଥିଲେ ।

Comments are closed.