Tuesday, March 19, 2024

Top 5 This Week

Related Posts

5T ଉପକ୍ରମରେ ରୂପାନ୍ତରିତ ସ୍କୁଲ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧/୬) : ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୫ ଟି ଜିଲ୍ଲା ର ୫୩୨ ଟି ହାଇସ୍କୁଲ 5T ଉପକ୍ରମରେ ରୂପାନ୍ତରଣ କରାଯାଇଥିବାରୁ ଏହାକୁ ଭିଡିଓ କନଫରେନ୍ସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।WhatsApp Image 2022 06 02 at 8.57.37 AM 1 5T ଉପକ୍ରମରେ ରୂପାନ୍ତରିତ ସ୍କୁଲ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସ ରେ 5T ସଚିବ ଭି. କେ ପାଣ୍ଡୀୟେନ ଏହାକୁ ପରିଚାଳନା କରିଥିଲେ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ର 5T ଉପକ୍ରମରେ ରୂପାନ୍ତରିତ ୪୧ଟି ହାଇସ୍କୁଲ ଲୋକାର୍ପଣ କରଯାଇଛି । ବିନିକା ବ୍ଲକ କର୍ତ୍ତଙ୍ଗ ହାଇସ୍କୁଲ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଲୋକାର୍ପଣ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଅର୍ଥ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇଥିଲେ ।

ବିନିକା ହାଇସ୍କୁଲ ର ଛାତ୍ରୀ ମୌସୁମୀ ପଧାନ ଭିଡିଓ କନଫରେନ୍ସ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସହ କଥା ହେବା ସହିତ 5T ସ୍କୁଲ ର ଉପକାରିତା ବିଷୟରେ କହିଥିଲେ । ଏହି ସ୍କୁଲ ଗୁଡିକରେ ସ୍ମାର୍ଟ ଶ୍ରେଣୀଗୃହ, ସ୍ମାର୍ଟ ବ୍ଲାକବୋର୍ଡ, ଇ ଲାଇବ୍ରେରୀ, ଇଣ୍ଟରନେଟ ସୁବିଧା, ବିଜ୍ଞାନ ଗାର, ଖେଳ ପଡିଆ ର ଉନ୍ନତି କରଣ ଓ ଆବଶ୍ୟକ ଖେଳ ସାମଗ୍ରୀ, ବିଶୁଦ୍ଧ ପାନୀୟ ଜଳ, ସ୍କୁଲ ପଟ୍ଟା, ସ୍କୁଲ କୁ ରାସ୍ତା ଏବଂ ସ୍କୁଲ ପରିସର ସୌନ୍ଦର୍ଯ୍ୟ କରଣ ଆଦି ର ବ୍ୟବସ୍ତା ରହିଛି । ଏହି ସ୍କୁଲ ଗୁଡିକର 5T ରେ ପରିଣତ କରି ଉନ୍ନତି କରଣ ହୋଇଥିବାରୁ ଛାତ୍ର ଛାତ୍ରୀ ତାଙ୍କର ଆଗାମୀ ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି ଖୁସି ଅନୁଭବ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।WhatsApp Image 2022 06 02 at 8.57.38 AM 5T ଉପକ୍ରମରେ ରୂପାନ୍ତରିତ ସ୍କୁଲ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଡୋଲମଣୀ ପଟେଲ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ବିନିକା ବ୍ଲକ ଅଧ୍ୟକ୍ଷ ଦିପ୍ତୀରେଖା ନନ୍ଦ, ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ ସ୍ଥାନୀୟ ବିଡ଼ିଓ ବ୍ୟାସଦେବ ବେହେରା ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ, ସମସ୍ତ ତହସିଲଦାର ଏବଂ ଅଞ୍ଚଳର ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles