୧୫ ଜଣ ଦାଖଲ କଲେ ଲ୍ୟାମ୍ପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର

0
470
୧୫

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକାର ବହୁମୁଖୀ ଆଦିବାସୀ ସମବାୟ ସମିତି ଲି. ଠାରେ ଓଡିଶା ସମବାୟ ସମିତି ନିର୍ବାଚନ ୧୯୯୨ ର ନିୟମ (୫) ଅନୁଯାୟୀ ନିର୍ବାଚନ ଅଧିକାରୀ ଭାବେ କସ୍ତୁରୀ ସନ୍ୟାସୀ ରାଜୁ ଉପସ୍ଥିତରେ ୧୫ ଜଣ ସଭ୍ୟ ସଭ୍ୟା ନାମାଙ୍କନ ପତ୍ର ଦାଖଲ କରିଥିଲେ ।WhatsApp Image 2022 06 01 at 9.49.17 PM ୧୫ ଜଣ ଦାଖଲ କଲେ ଲ୍ୟାମ୍ପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର

ଉକ୍ତ ସମିତି ଗଠନ ନିମନ୍ତେ ୧୫ ଗୋଟି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ସଭ୍ୟ ସଭ୍ୟା ଙ୍କ ନିର୍ବାଚନ ଚୟନ କରାଯିବ । ଆଜି ନିର୍ବାଚନ ଅଧିକାରୀ ନିକଟରେ ନିର୍ଦ୍ଧାରିତ ଫି ଓ ଅମାନତ ସହ ମନୋନୟନ ପତ୍ର ଦାଖଲ କରିଥିଲେ । ଏଥିରେ ୧୫ ଜଣ ସଭ୍ୟ ସଭ୍ୟା ମନୋନୟନ ପତ୍ର ନିର୍ବାଚନ ଅଧିକାରୀ କସ୍ତୁରୀ ସନ୍ୟାସୀ ରାଜୁ ଙ୍କୁ ଦାଖଲ କରିଥିଲେ ।

ତାହାର ତାଲିକା ଅପରାହ୍ନରେ ପ୍ରକାଶନ କରାଯିବ । ୩୧ ତାରିଖରେ ମନୋନୟନ ପତ୍ର ଯାଞ୍ଚହେଇ ୧ ତାରିଖ ରେ ଅଭିଯୋଗ ଶୁଣାଣି ନିର୍ବାଚନ ଅଧିକାରୀ ଙ୍କ ଶୁଣାଣି, ୨ ତାରିଖରେ ଅଭିଯୋଗ ର ଶୁଣାଣି ନିଷ୍ପତି, ୩ ତାରିଖରେ ସଠିକ ତାଲିକା ପ୍ରକାଶ କରାଯିବ । ୪ ତାରିଖରେ ମନୋନୟନ ପତ୍ର ପ୍ରତ୍ୟାହାର କରାଯିବ ଓ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ । ଆବଶ୍ୟକ ସ୍ଥଳେ ୧୯ ତାରିଖରେ ନିର୍ବାଚନ ବା ଭୋଟ ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଉକ୍ତ ବୃହଦାକାର ବହୁମୁଖୀ ଆଦିବାସୀ ସମବାୟ ସମିତି ଲି. ରେ ୧୮୩୨ ଭୋଟର ବା ସଦସ୍ୟ ମତଦାନ କରିବେ ବୋଲି ଜଣାପଡିଛି । ଏଥିରେ ୧୫ ଜଣ ସଦସ୍ୟ ଆବଶ୍ୟକତା ରହିଛି । ଏଥିରେ ଲ୍ୟାମ୍ପ ଶାଖା ପରିଚାଳକ ସି. ଏଚ. କୋଟେଶ୍ୱର ରାଓ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।