ଅତ୍ୟଧିକ ମଦ୍ୟପାନ କରି ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀର ମୃତ୍ୟୁ ପ୍ରସଙ୍ଗରେ ଆସାମୀ କୋର୍ଟ ଚାଲାଣ

0
163
ଅତ୍ୟଧିକ ମଦ୍ୟପାନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୧/୦୬) : ଗତକାଲି ବୌଦ୍ଧ ଜିଲ୍ଲା ର ହରଭଙ୍ଗା ଥାନା ଅନ୍ତର୍ଗତ ମହାଲିକପଡ଼ା ପଞ୍ଚାୟତ ଗେରେଡ଼ି ସାହି ଗ୍ରାମ ରେ ଅତ୍ୟଧିକ ମଦ୍ୟପାନ କରି ସ୍ୱାମୀ ର ଗୁଳି ମାଡ଼ରେ ସ୍ତ୍ରୀ ର ମୃତ୍ୟୁ ହୋଇଥିଲା ।

ଗତକାଲି ଅତ୍ୟଧିକ ମଦ୍ୟପାନ କରି ସ୍ୱାମୀ ରୋହିତ ମଲ୍ଲିକ (୨୫) ନିଜ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦) ଙ୍କ ଉପରକୁ ଦେଶୀ ବନ୍ଧୁକ ରୁ ଗୁଳି ଚଳାଇ ହତ୍ୟା କରିଥିଲା । ବୌଦ୍ଧ ଡାକ୍ତରଖାନାରେ ଡାକ୍ତର ଗୀତାଞ୍ଜଳି ଙ୍କୁ ମୃତ ଘୋଷଣା କରିଥିଲେ । ଆଜି ହରଭଙ୍ଗା ପୋଲିସ ବୌଦ୍ଧ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି ।

ହରଭଙ୍ଗା ପୋଲିସ ତଦନ୍ତ କରି ଅଭିଯୁକ୍ତ ଆସାମୀ ରୋହିତ ମଲ୍ଲିକ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ହରଭଙ୍ଗା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିସାନ ପ୍ରକାଶ କରିଛନ୍ତି ।