ଅରିଗାଁରେ ବ୍ଲକ ସ୍ତରୀୟ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ

ବିନିକା(ଧ୍ରୁବରାଜ ମିଶ୍ର): ପବିତ୍ର ଅକ୍ଷୟ ତୃତୀୟ ତଥା କୃଷକ ଦିବସ ଅବସରରେ ଚାଷୀ ତାର ଚାଷ ଜମିରେ ଅକ୍ଷିମୁଠି ଅନୁକୂଳ ସହ ଧାନ ବୁଣିଲେ ଭଲ ଫସଲ ଅମଳ ହୋଇଥାଏ ବୋଲି ବିଶ୍ୱାସ ରହିଛି | ତେଣୁ ଏ ପରିପ୍ରେକ୍ଷୀରେ ଗତ ୭ ତାରିଖ ଦିନ ବିନିକା ବ୍ଲକ ଅରିଗାଁ ଠାରେ ବିନିକା ବ୍ଲକ କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା |

ଏଥିରେ ଅଂଚଳର ଚାଷୀ, ପ୍ରଶାସନ, କୃଷି ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ | ଚାଷୀଙ୍କ ଚାଷ ଜମିରେ ବ୍ରାହ୍ମଣ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ମା ଲକ୍ଷ୍ମୀ ଓ ମାଟି ଦେବତାକୁ ଯଥାରୀତି ପୂଜାର୍ଚ୍ଚନା ସହ ମନ୍ତ୍ରପାଠ ପରେ ଚାଷ ଜମିକୁ ବିଷିକେଶନ ପୁଟେଲ ଓ ସୁଲଠୁ ପୁଟେଲଙ୍କ ବଳଦ ଓ ନଙ୍ଗଲ ଦ୍ୱାରା ଚାଷ କରିଥିଲେ | ତତ୍ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ବିନିକା ବିଡ଼ିଓ ବିଶ୍ୱରଂଜନ ମଲ୍ଲିକ, ବିନିକା ତହସିଲଦାର ଅଲେଖ ଘୁଟା, ସହକାରୀ କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀ, ସୁବର୍ଣ୍ଣପୁର ମୃତ୍ତିକା ପରୀକ୍ଷାଗାର ବୈଷୟିକ ସହାୟକ ଅମରେଶ ରାଉତରାୟ, ସହକାରୀ ପ୍ରାଣୀ ପାଳନ ଅଧିକାରୀ କମଳ କୁମାର ପଧାନ, ସମବାୟ ସମ୍ପ୍ରସାରଣ ଅଧିକାରୀ ଅକ୍ଷୟ ମେହେର, ଦିଲୀପ କୁମାର ଗୁରୁ, ଲଳିତ ମୋହନ ମିଶ୍ର, ଆଶିଷ କୁମାର ପଣ୍ଡା, କିଶୋର କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅକ୍ଷୟ ତୃତୀୟା ଦିବସର ମହତ୍ୱ ଓ ଚାଷୀମାନଙ୍କ କର୍ତ୍ତବ୍ୟ ପାଳନ ଉପରେ ଆଲୋକପାତ କରିଥିଲେ |

ଶେଷରେ ବିନିକାର ଗୋଷ୍ଠୀ ବୈଷୟିକ ପରିଚାଳକ ଜିତେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ବରିଷ୍ଠ ଭିଏଡବ୍ଲୁ ଦୁର୍ଗାଚରଣ ଭୋଇ,ଧରିତ୍ରୀ ମିଶ୍ର, ଶର୍ମିଷ୍ଠା ଖେତୀ, ହେମନ୍ତ ଚରଣ ଭୋଇ, ଶୁକଦେବ ପଧାନ, ତରଣୀ ଭୋଇ, ରାଜେନ୍ଦ୍ର ମିଶ୍ର, ପ୍ରମୁଖ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ଶତାଧିକ ଚାଷୀ ସାମିଲ ହୋଇଥିଲେ |

Comments are closed.