Advertisements
Thursday, July 9, 2020
Home Government News ଜିଲ୍ଲା ସ୍ତରୀୟ ବିଶ୍ୱରେଡ଼କ୍ରସ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ବିଶ୍ୱରେଡ଼କ୍ରସ ଦିବସ ପାଳିତ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ରେଡ଼କ୍ରସର ସ୍ଥାପନା ଜିନ ହେନେରୀ ଡୁନାଣ୍ଟ ଦ୍ୱାରା ୧୮୬୩ ମସିହାରେ କରାଯାଇଥିଲା । ଲୋକଙ୍କ ସେବା ହେଉଛି ରେଡ଼କ୍ରସର ମୁଖ୍ୟ କର୍ତ୍ତବ୍ୟ, ପ୍ରଥମ ଓ ଦୁତୀୟ ବିଶ୍ୱଯୁଦ୍ଧ ସମୟରେ ତାହା ଦେଖିବାକୁ ମିଳିଥିଲା । ୧୯୨୦ ମସିହାରେ ଭାରତରେ ସ୍ଥାପନା ହେଲା ଏହି ସଂସ୍ଥା, ଏବେ ମୋଟ ୧୮୬ଟି ଦେଶରେ ଏହି ସଂସ୍ଥା ଅଛି । ୮ମେ ୧୮୨୮ ଦିନ ଜନ୍ମ ହୋଇଥିଲେ ଜିନ ହନେରୀ ଡୁନାଣ୍ଟ, ତେଣୁ ୮ମେ ଦିନଟାକୁ ବିଶ୍ଵ ରେଡ଼କ୍ରସ ଦିବସ ରୂପେ ପାଳନ କରାଯାଏ ।

ମାଲକାନଗିରିର ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ମାଲକାନଗିରି ଜିଲ୍ଲା ରେଡ଼କ୍ରସ ବିଭାଗ ତରଫରୁ ଆଜି ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସଦିବସ ରୂପେ ପାଳନ କରାଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ରତ୍ନାକର ମିଶ୍ରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ବିଭାଗର ସଂପାଦକ ପ୍ରମୋଦ କୁମାର ବେହେରା ମୁଖ୍ୟବକ୍ତା ଓ ଜିଲ୍ଲା ଶ୍ରମ ଅଧିକାରୀ ମଦନ ମୋହନ ପାଇକ ମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଜିଲ୍ଲା ରେଡ଼କ୍ରସର ଆବାହକ ଡ଼.ରଞ୍ଜନ କୁମାର ସ୍ୱାଇ ସଂମାନିତ ଅତିଥି ରୂପେ ଯୋଗ ଦେଇ ହେନେରୀ ଡୁନାଣ୍ଟଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶୁଭ ତିଥି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ରେଡ଼କ୍ରସ ବିଭାଗର ପରାମର୍ଶ ଦାତା ମାନଙ୍କୁ ସେମାନଙ୍କର ରେଡ଼କ୍ରସ ପ୍ରତି ଆଗ୍ରହ ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ସଂମାନିତ କରାଯାଇଥିଲା ।

ମାଲକାନଗିରି ମହାବିଦ୍ୟାଳୟର ଡ଼.ରଂଜନ କୁମାର ସ୍ୱାଇଁ ବାଲିମେଳା ମହାବିଦ୍ୟାଳୟର ରେଡ଼କ୍ରସ ପରାମର୍ଶ ଦାତା ପ୍ରେମଚନ୍ଦ ପଟ୍ଟନାୟକ ,ପଡ଼ିଆ ମହାବିଦ୍ୟାଳୟର ରେଡ଼କ୍ରସ ପରାମର୍ଶ ଦାତା ଅମୁଲ୍ୟ ରତ୍ନ, ପଟେରୁ ମହାବିଦ୍ୟାଳୟର ରେଡ଼କ୍ରସ ପରାମର୍ଶ ଦାତା ମାଲବିକ ଜେନାଙ୍କୁ ଜିଲ୍ଲା ରେଡ଼କ୍ରସ ବିଭାଗରୁ ସଂମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଛାତ୍ରୀ ମାନେ ଏକ ସୁନ୍ଦର ବଣ୍ଡା ନୃତ୍ୟ ପରିବେଷଣ କରିଥିଲେ । ମହାବିଦ୍ୟାଳୟର ରେଡ଼କ୍ରସ ବିଭାଗର ପରାମର୍ଶ ଦାତା ଡି.ଆଶୀଷ ରାଠୋର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବରିଷ୍ଠ ବ୍ୟକ୍ତି ସାମ୍ବାଦିକ ବନ୍ଧୁ, ଛାତ୍ରଛାତ୍ରୀ ଓ ସହକର୍ମୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆସନ୍ତା କାଲି ଠୁ ବଲାଙ୍ଗୀରରେ କର୍ଫ୍ୟୁ-ସନ୍ଧ୍ୟା ୫ଟାରୁ ସକାଳ ୬ଟା ସଟ ଡାଉନ ଘୋଷଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //ବଲାଙ୍ଗୀର (୦୯/୦୭): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାରୁ ଗତକାଲି ଆଉ ୨୧ କରୋନା...

ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ,ସଭାପତି ହେଲେ ଡ଼ଃ ଅର୍ଚ୍ଚନା ପଟ୍ଟନାୟକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୯/୦୭): ଗତ ୦୭ :୦୭ :୨୦ ତାରିଖ ଦିନ ରାୟଗଡା ପୌରପାଳିକା ସ୍ଥିତ ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ...

ରାୟଗଡ ଜିଲ୍ଲାପାଳ ଙ୍କ ବ୍ଲକ ଗସ୍ତ ଓ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଧ୍ୟାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (ତା.୯/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ରାୟଗଡା ବ୍ଲକର ବିଭିନ୍ନ ସ୍ଥାନରେ ଗତକାଲି ତା.୮.୭.୨୦ରିଖଦିନ ଅଚାନକ ଗସ୍ତ କରି...

କୋଦଳାରେ ସଟଡାଉନର ପ୍ରଭାବ-ଖାଁ ଖାଁ ରାସ୍ତାଘାଟ

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୯/୦୭): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା...

Recent Comments

%d bloggers like this: