ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନିୟମିତତା

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): କେନ୍ଦ୍ର ସରକାର ଆଦିବାସୀ ଗ୍ରାମାଞ୍ଚଳର ବିକାଶ ଦିଗକୁ ସୁଦୃଢ କରିବା ଓ ପରିବହନର ସୁବିଧା କରିବା ସହ ମୁଖ୍ୟ ସ୍ରୋତରେ ସମସ୍ତଙ୍କୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତା ତିଆରି କରୁଛନ୍ତି |

କିନ୍ତୁ ସରଳ ନିରୀହ ଆଦିବାସୀଙ୍କ ନିରବତାର ସୁଯୋଗ ନେଇ ପିଏମଜିଏସୱାଇ ରାସ୍ତା କାର୍ଯ୍ୟରେ ଠିକାଦାରଙ୍କ ମନମୁଖୀ ଶାସନ ଦେଖିବାକୁ ମିଳିଛି | ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତର ଝାଡୀଗୁଡା ଠାରୁ ଯୋଡ଼ିଧାର ରାସ୍ତା କାର୍ଯ୍ୟ ନିର୍ମାଣରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ | ସଠିକ ଭାବେ ନିୟମ ଅନୁଯାୟୀ ମାଟି, ବାଲି, ଛଟ ପଥର ନ ଦେଇ ଏହି ରାସ୍ତା ନିର୍ମାଣର ଅନିୟମିତତା ନେଇ ବହୁବାର ଅଭିଯୋଗ ଆଣିଲେ ବି ପ୍ରଶାସନ ନିରବ ରହୁଥିବା ଅଭିଯୋଗ କରିଛନ୍ତି | ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଲାଗି ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଦେଖିବାକୁ ମିଳୁଛି | ଏଣୁ ଅଳ୍ପ ଦିନ ମଧ୍ୟ୍ୟରେ ଏହି ରାସ୍ତା ଖରାପ ହେବାର ଆସଙ୍କା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି |

Comments are closed.