ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡା, (୧/୦୬) : ଶଵର ଭାଷା, ସଂସ୍କୃତି ଓ ପରମ୍ପରା ବହୁ ପୁରାତନ ଓ ଭାରି ନିଆରା । ଆଜିର ଏହି ଆଧୁନିକତାର ଚାକଚକ୍ୟରେ ହଜି ନଯାଇ, ଶଵର ସମାଜ ନିଜର ଏହି ମହତ ପରମ୍ପରାକୁ ଵଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ସେହିପରି ଶଵର ଭାଷା ଓ ଲିପି ର ଉଦ୍ଭାବକ ଏସ୍ ପି ମାଙ୍ଗାଇ ଗମାଙ୍ଗଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶଵର ସମାଜ ର ଵହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ଚକ୍ରପାଣି ଶଵର, ବଳରାମ ଶଵର, ରୋହିଦାସ ଶଵର, ଵିଦ୍ୟାଧର ଶଵର, ଵାଲାଜି, ରାମ, କେଶଵ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଜୁନ୍ ୧୬ ତାରିଖ ଦିନ ଗୁରୁ ମାଙ୍ଗାଇ ଗମାଙ୍ଗଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ କରିଥିଲେ ।
ସେହିଦିନ କିପରି ପାରମ୍ପାରିକ ବାଜା ବାଜଣା ସହ ଗୁଣପୁର ଠାରେ ନଗର ପରିକ୍ରମା ହେଵ, ଏସ୍ ପି ମାଙ୍ଗାଇ ଗମାଙ୍ଗଙ୍କ ପ୍ରତିମୁର୍ତ୍ତୀ ଉନ୍ମୋଚନ ସହ ଶଵର ସଂସ୍କୃତି ସଂଘ ଗୃହ ପ୍ରତିଷ୍ଠା ହେଵ ଏସବୁ ଵିଷୟ ବିସ୍ତୃତ ଆଲୋଚନା ହୋଇଥିଲା । ତେଵେ ଏହି ଆଧୁନିକତାର ଚାକଚକ୍ୟରେ ଶଵର ସମାଜ ନିଜର ପରମ୍ପରା ଓ ସଂସ୍କୃତିକୁ କେତେଦିନ ବଞ୍ଚାଇ ରଖିବାରେ ସକ୍ଷମ ହେଉଛି ଦେଖିବାକୁ ବାକି ରହିଲା ।