Related Contents

ସାମୁଦ୍ରିକ ଝଡ଼ ଫନି କ୍ଷତିଗ୍ରସ୍ତଙ୍କ ପାଇଁ ରାୟଗଡା ଜିଲ୍ଲା ତରଫରୁ ରିଲିଫ ସାହାଯ୍ୟ

ରାୟଗଡା(ଗୋପୀନାଥ ଗୌଡ଼): ସାମୁଦ୍ରିକ ଝଡ “ଫନି” ଓଡିଶା ଅତିକ୍ରମ କରିବା ପରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଳା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି ।

ଏହାସହ ବିଭିନ୍ନ ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସହାୟତାର ହାତ ବଢୁଥିବା ବେଳେ ରାୟଗଡ ଜିଲ୍ଳା ପ୍ରଶାସନ ମଧ୍ୟ ସାହାଯ୍ୟର ହାତ ବଢେଇଛି | ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିଷ୍ପତି ପ୍ରକାରେ ଜିଲ୍ଳାର ରାୟଗଡ, କୋଲନରା, କାଶିପୁର, କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଗୁଡାରୀ, ପଦ୍ମପୁର, ଗୁଣପୁର, ରାମନାଗୁଡା ୧୦ଟି ତହସିଲ ପକ୍ଷରୁ ୬୦୦ଟି ରୋଲ ପଲିଥିନ୍ ପୁରୀ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ରାୟଗଡ ଜିଲ୍ଳା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସବୁ ପିଲିଥିନ୍ ରୋଲକୁ ଏକ ଟ୍ରକ ଯୋଗେ ପଠାଯାଇଥିବା ଜଣାପଡିଛି|

Leave a Reply

This site uses Akismet to reduce spam. Learn how your comment data is processed.