Friday, March 29, 2024

Top 5 This Week

Related Posts

ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, ତା (୩୧/୫) : ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସଭାଗୃହରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ କରାଗଲା ।

ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ ଅବସରେ ସି ଡ଼ି ଏମ ଓ ଡ କସ୍ତୁରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡି ପି ଏଚ ଓ ଡ ରାକେଶ ସାହୁ, ଏ ଡି ପି ଏଚ ଓ ଡ ଚନ୍ଦ୍ରିକା ଆଚାର୍ଯ୍ୟ, ଡି ପି ଏମ ଶ୍ରୀ ଅବନୀ ମହାପାତ୍ର ଙ୍କ ସମେତ ଶ୍ରୀ ନିହାର ଠାକୁର, ଶ୍ରୀ ହିମାଂଶୁ ବାରିକ, ଶ୍ରୀ ବିବେକାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିଗଣ ନିଜ ଭାଷଣରେ ତମାଖୁ ସେବନ ର ଅପକାରିତା ଓ କର୍କଟ ରୋଗ ର ଅନ୍ୟତମ କାରଣ କହିବା ସହ ଏହିଭଳି ନିଶାଦ୍ରବ୍ୟକୁ ସେବନ ନ କରିବା ତଥା ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସମାଜ ରେ ବିଶେଷ ପ୍ରଚାର ସହ ସ୍କୁଲ କଲେଜ ମାନଙ୍କ ପାଖରେ ଏଭଳି ନିଶାଦ୍ରବ୍ୟ ର ବିକ୍ରି କୁ ନିଷେଧ ଉପରେ କହିଥିଲେ ।

ଚଳିତ ବର୍ଷ ର ସ୍ଲୋଗାନ ” ତମାଖୁ ଆମ ପରିବେଶ ପ୍ରତି ବିପଦ ” ଏବଂ ଏହା ଉପରେ ଗୁରୁତ୍ୱ ଦେଇ ତମାଖୁ ସେବନ କୁ ନିରୁତ୍ସହିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଏହି ଦିବସ ର ମହତ୍ତ୍ଵକୁ ମାନେ ପକାଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ହୋଇଥିଲା ।

ବିଶ୍ଵ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସ୍କୁଲ ଓ କଲେଜ ସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ, ସ୍ଲୋଗାନ ପ୍ରତିଯୋଗିତାରେ ବିଜୟୀ କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଡ. କସ୍ତୁରୀ ମିଶ୍ର ପୁରସ୍କାର ପ୍ରଦାନ କରିଥିଲେ । ସଭା କାର୍ଯ୍ୟକ୍ରମ ପୂର୍ବରୁ ସକାଳ ୮.୦୦ ଘ ସମୟରେ ଆଶା କର୍ମୀ ଓ ଏ ଏନ୍ ଏମ ଛାତ୍ରୀ ମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା ।

Popular Articles