Related Contents

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

କାଲିମେଳା (ବୁଦ୍ଧଦେବ ମଣ୍ଡଳ / ଅସୀମ ବିଶ୍ୱାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୯ ଗ୍ରାମ ଜଳସେଚନ କଲୋନୀ ଠାରୁ ୨୦୦ ମିଟର ଦୂରରେ ଏକ ଆଦିବାସୀ ମହିଳାଙ୍କ ମୃତ ଦେହ ତାଙ୍କରି ଘରେ ପଡିରହିଥିବା ଜଣାପଡିଛି ।

ମୃତ ମହିଳାଙ୍କ ନାମ ଚିନାମୀ କାରାମି (୪୦), ସେ ନିଜଘରେ ଏକାକୀ ବାସ କରୁଥିବା ବେଳେ ସ୍ୱାମୀ ମାଲା କାମ ପାଇଁ ଗୋଟେ ମାସ ପୂର୍ବେ ଆନ୍ଧ୍ରକୁ ଯାଇଥିଲେ । ଦୁଇ ପୁଅ ଓ ଦୁଇ ଝିଅ ମଧ୍ୟରୁ ବଡ଼ପୁଅ ବିବାହ ପରେ ଅଲଗା ରହୁଥିବାବେଳେ ଗୋଟିଏ ଝିଅ ବାହା ହୋଇ ସ୍ୱାମୀ ଘରେ ରହୁଛି ଅନ୍ୟ ଏକ ପୁଅ ବାପା ସଙ୍ଗେ ଆନ୍ଧ୍ର କାମ କରିବାକୁ ଯାଇଥିବାବେଳେ ଛୋଟ ଝିଅ ମାମୁ ଘରେ ରହିଥିଲା । ବିଶେଷ ସୂତ୍ରରୁ ଜଣାପଡିଛି ଯେ ଏକାକୀ ଏବଂ ନିଛାଟିଆ ସ୍ଥାନରେ ରହୁଥିବା ଯୋଗୁ କୌଣସି ଦୁର୍ବୁତ୍ତ ବ୍ୟକ୍ତି ଏପରି ଜଘନ୍ୟ କାଣ୍ଡ ଘଟାଇଛି । ଆଖପାଖ ଏବଂ ସମ୍ପର୍କୀୟଙ୍କ କହିବା ଅନୁସାରେ ଚିନାମୀଙ୍କ ଘରେ ଯାଇ ଦେଖିବା ବେଳକୁ ଚିନାମୀଙ୍କ ଗଳା କଟା ଯାଇ ରକ୍ତାକ୍ତ ଅବସ୍ଥାରେ କେବଳ ଅନ୍ତବସ୍ତ୍ର ପରିଧାନ କରିଥିବା ମୃତ ଦେହ ଦେଖି ଏମ୍ ଭି୭୯ ପୋଲିସଙ୍କୁ ଖବର ଦେଇଥିଲେ । ଚିନାମୀଙ୍କ ମୃତ ଦେହକୁ ଏପରି ଅବସ୍ଥାରେ ଦେଖି ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏମ୍ ଭି ୭୯ ପୋଲିସ ଘଟଣା ସ୍ଥଳରେ ଆସି ତଦନ୍ତ ଆରମ୍ଭ କରିଛି । ଏହିପରି ନିର୍ମମ ହତ୍ୟାକାଣ୍ଡ ଯୋଗୁ ସ୍ଥାନୀୟ ବାସିନ୍ଦା ଚିନ୍ତିନ୍ତ ଅବସ୍ଥାରେ ଅଛନ୍ତି ।

Comments are closed.