ମାଁ ଛେଉଣ୍ଡ ୯ ମାସ ର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା

0
133
ମାଁ ଛେଉଣ୍ଡ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୧/୫) : ୧୫ ଦିନ ତଳେ ମାଁ ଛେଉଣ୍ଡ ୯ ମାସ ର ଶିଶୁ କୁ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ସ୍ୱରୂପ ଶିଶୁ ଖାଦ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ lWhatsApp Image 2022 05 31 at 9.31.04 PM ମାଁ ଛେଉଣ୍ଡ ୯ ମାସ ର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା

ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମର ଶଙ୍କର କୁମ୍ଭାର,୧୫ ଦିନତଳେ ନିଜ ମାଁ କୁ ହରାଇ ଥିବା ମାଁ ଛେଉଣ୍ଡ ଶିଶୁ ଧନଞ୍ଜୟ କୁମ୍ଭାର କୁ ଧରି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିବାକୁ ଆସି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଙ୍କୁ ନିଜର ସମସ୍ତ କଥା କହିଥିଲେ l ଶଙ୍କର କୁମ୍ଭାର ଙ୍କ ଅସହାୟତା କୁ ହୃଦୟଙ୍ଗମ କରି ଡିସିପିଓ ଉକ୍ତ ପରିବାର କୁ ଜିଲ୍ଲାପାଳ ଙ୍କ ସହିତ ସାକ୍ଷତ କରାଇଥିଲେ l

ଉକ୍ତ ବିଷୟ କୁ ଗୁରୁତ୍ୱର ସହ ଗ୍ରହଣ କରି ଶିଶୁ କୁ ତୁରନ୍ତ ଆଶୁ ସହଯୋଗ ନିମନ୍ତେ ଜିଲ୍ଲାପାଳ ପରାମର୍ଶ କରିଥିଲେ l ମାଁ ଛେଉଣ୍ଡ ଶିଶୁ ପାଇଁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଶିଶୁ ଖାଦ୍ୟ ନିମନ୍ତେ ନାନ ପ୍ରୋ-2, ୬ ଗୋଟି ଶିଶୁ କ୍ଷୀର ସହ କ୍ଷୀର ବୋତଲ ଶଙ୍କର କୁମ୍ଭାର ଙ୍କୁ ପ୍ରଦାନ କରି ଶିଶୁକୁ ଘରେ ପ୍ରସ୍ତୁତ ଶିଶୁ ଖାଦ୍ୟ ପ୍ରଦାନ କରିବାକୁ ପରାମର୍ଶ କରିଛନ୍ତି l ପରେ ଶଙ୍କର କୁମ୍ଭାର ଙ୍କ ଅନ୍ୟ ୨ ସନ୍ତାନ ଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆଗରେ ଉପସ୍ଥାପନ କରିଥିଲେ l

ଏହି ସମୟରେ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଇପ୍ସିତା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜରୁରୀ ଶାଖା ବରିଷ୍ଠ ସହାୟକ ଦିନେଶ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ପରାମର୍ଶ ଦାତା ପ୍ରଶାନ୍ତ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ l