Thursday, March 28, 2024

Top 5 This Week

Related Posts

ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀ ର ମୃତ୍ୟୁ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩୧/୦୫) : ହରଭଙ୍ଗା ଥାନା ଅନ୍ତର୍ଗତ ମହାଳିକପଡା ପଞ୍ଚାୟତ ଗେରେଡ଼ିସାହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀ ର ମୃତ୍ୟୁ ହୋଇଯାଇଛି ।

ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀ ର ମୃତ୍ୟୁ, ପ୍ରକାଶ ଥାଉ କି ଗେରେଡ଼ିସାହି ଗ୍ରାମ ର ରୋହିତ ମଲ୍ଲିକ (୨୫) ଆଜି ଦିନ ୧ ଘଣ୍ଟା ସମୟରେ ଅତ୍ୟଧିକ ମଦ୍ୟପାନ କରି ନିଜ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦) ଙ୍କୁ ଦେଶୀ ବନ୍ଧୁକ ରୁ ଗୁଳି ଚଳାଇ ହତ୍ୟା କରିଛି ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ହରଭଙ୍ଗା ଚିକିତ୍ସାଲୟ କୁ ଆଣିଥିଲେ । ଡାକ୍ତର ଏଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସୂଚନା ମତେ ରୋହିତ କୁ ଗ୍ରାମବାସୀ ମାନେ କାବୁ କରି ହରଭଙ୍ଗା ଥାନା କୁ ଖବର ଦେଇଥିଲେ । ଘଟଣା ରୁ ପ୍ରକାଶ ରୋହିତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଘରୋଇ କଳହ ଲାଗିରହିଥିଲା ଫଳରେ ଉତ୍ତ୍ୟକ୍ତ ହୋଇ ରୋହିତ ତା’ ସ୍ତ୍ରୀ ଉପରକୁ ଗୁଳି ଚଳାଇ ଥିଲା । ଘଟଣା ସ୍ଥଳ ରେ ହରଭଙ୍ଗା ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଅଟକ ରଖିଛି ଓ ଗତକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ହରଭଙ୍ଗା ଥାନା ତଦନ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିସାନ ସୂଚନା ଦେଇଛନ୍ତି ।

Popular Articles