ତମାଖୁ ବର୍ଜନ ଦିବସ ପାଳିତ

0
224
ତମାଖୁ ବର୍ଜନ ଦିବସ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୧ /୦୫) : ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ତମାଖୁ ବର୍ଜନ ସଚେତନତା ରାଲି ବାହାରି ସହର ପରିକ୍ରମା କରାଯାଇଥିଲା ।WhatsApp Image 2022 05 31 at 9.29.59 PM 1 ତମାଖୁ ବର୍ଜନ ଦିବସ ପାଳିତ

ଏହି ତମାଖୁ ବର୍ଜନ ସଚେତନତା ରାଲି କୁ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ଆର. କେ. ପଣ୍ତିତ ଉଦଘାଟନ କରିଥିଲେ । ଡକ୍ଟର ପି. କେ. ଗନ୍ତାୟତ ଓ ଡକ୍ଟର ବି. ଏଲ୍. ସରାଫ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କୁ ତମାଖୁର କୁ ପ୍ରଭାବ କିପରି ସମାଜ ଉପରେ ପଢୁଛି ଓ କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗ ଠାରୁ କିପରି ଭାବରେ ଦୁରେଇ ରହିବା ଆଦି ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ କୁ ଜାତୀୟ ସେବା ଯୋଜନା ର ଅଧିକାରୀ ଶ୍ରୀ ଅଶୋକ କୁମାର ସାହୁ, ଶ୍ରୀ ଭାସ୍କର ଗୁପ୍ତା, ଶ୍ରୀମତୀ କେ. କେ. ଜାନି ପରିଚାଳନା କରିଥିଲେ ।