ରାୟଗଡ଼ା ଜିଲ୍ଲାର ମିଡିଆ କେୟାର୍ସ ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ

0
330
ରାୟଗଡ଼ା ଜିଲ୍ଲାର ମିଡିଆ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୧/୦୬) : ରାୟଗଡ଼ା ଜିଲ୍ଲାର ମିଡିଆ କେୟାର୍ସ ତରଫରୁ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 05 31 at 9.29.58 PM ରାୟଗଡ଼ା ଜିଲ୍ଲାର ମିଡିଆ କେୟାର୍ସ ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ

ଏହି ବୈଠକ କୁ ରାୟଗଡ଼ା ଜିଲ୍ଲାର ମିଡିଆ କେୟାର୍ସ ଅଧ୍ୟକ୍ଷ ଶ୍ରୀ ବାଦଲ କୁମାର ତା ପରିଚାଳନା କରିଥିଲେ । ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଦୁଇବର୍ଷ ହେବ କରୋନା ମହାମାରୀ ରେ ଆମୋର କୌଣସି ସଭା ସମିତି କରି ପାରି ନ ଥିଲୁ । କିନ୍ତୁ, ଆଜି ଗୋଟିଏ ଛାତ ତଳେ ରାୟଗଡ଼ା ଜିଲ୍ଲା ର ୧୧ ଗୋଟି ବ୍ଲକ ର ସାମ୍ବାଦିକ ମାନେ ଏକତ୍ରିତ ହୋଇ ଥିବାରୁ ମିଡିଆ କେୟାର୍ସ ତରଫରୁ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ମିଡିଆ କେୟାର୍ସ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ରଥ ନିଜ ଅଭି ଭାଷଣ ରେ କହିଥିଲେ ଯେ, ଆଜି ପର୍ଯ୍ୟନ୍ତ ଏହି ସଂଘରେ ରାୟଗଡ଼ା ଜିଲ୍ଲା ର ୨୩୭ ଜଣ ସାମ୍ବାଦିକ ଯୋଡି ହୋଇ ନିରନ୍ତର ଭାବେ ପରସ୍ପର କୁ ସାହାଯ୍ୟ ସହଯୋଗ ର ହାତ ବଢ଼ାଇବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ର ବିଷୟ ପାଲଟିଛି । ସମସ୍ତେ ସଂଘ ର ଶୃଙ୍ଖଳା ବଜାୟ ରଖିବା ହେତୁ ସଂଘ ସୁରୁଖୁରୁରେ ଆଗେଇ ଚାଲିଛି । ଶ୍ରୀ ରଥ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଦୁଇ ବର୍ଷରେ ମେଡିଆ କେୟାର୍ସ ଯେଉଁ ପ୍ରକାର ସାମ୍ବାଦିକ ମାନଙ୍କୁ ସହଯୋଗ କରି ଆସିଛି ସେ ରିପୋର୍ଟ ପ୍ରଦାନ କରିଥିଲେ ।

ଏହି ବୈଠକରେ ଭୁବନେଶ୍ୱର ର ବରିଷ୍ଠ ସାମ୍ବାଦିକ ମନ ରଞ୍ଜନ ମିଶ୍ର ଫୋନ ଇନ ମାଧ୍ୟମରେ ସମସ୍ତଙ୍କୁ ଶୁଭେଛା ଜଣାଇବା ସହ କହିଥିଲେ ଯେ ସବୁ କାମ ଟଙ୍କା ଦ୍ୱାରା ହୁଏନାହିଁ କିନ୍ତୁ, ଆମ ପାଖରେ ପ୍ରଭାବ ଅଛି । ଗୋଟିଏ ଭଲ ଟ୍ରଷ୍ଟ କରାଯାଇ ସାମ୍ବାଦିକଙ୍କ ପାଇଁ ଦଶ ଲକ୍ଷ ଟଙ୍କା ର ଏକ ସ୍ୱାସ୍ଥ୍ୟ ବୀମା ଯୋଜନା କରାଗଲେ ସାମ୍ବାଦିକ ଙ୍କ ପରିବାର ଉପକୃତ ହେବେ ବୋଲି କହିଥିଲେ । ରାଜ୍ୟ ମିଡିଆ କେୟାର୍ସ ଅଧ୍ୟକ୍ଷ ଶ୍ରୀଯୁକ୍ତ ଭକ୍ତ ତ୍ରିପାଠୀ କହିଥିଲେ ଯେ ଓଡ଼ିଶାରେ ୩୧ଟି ମିଡିଆ କେୟାର୍ସ ସଙ୍ଘଠନ ରହିଛି ।

ରାୟଗଡା ଜିଲ୍ଲାକୁ ବାର୍ଷିକ ୧୦ ହଜାର କୋଟି ଟଙ୍କା ଆସୁଥିବା ବେଳେ ଏହି ଅର୍ଥ କେଉଁସବୁ ଯୋଜନା ମାଧ୍ୟମରେ ବିନିଯୋଗ କରା ଯାଉଛି ତାହା ପ୍ରସାସନକୁ ସାମ୍ବାଦିକ ମାନେ ପ୍ରଶ୍ନ କରିବା ଦରକାର । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ଗୃହ, ଗାଡି, ଋଣ ଘୋଷଣା କରିଥିବା ବେଳେ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ ବୋଲି କହିଥିଲେ । ଫୋନଇନ ମାଧ୍ୟମରେ ହିଁ ଭୁବନେଶ୍ୱର ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର କହିଥିଲେ ଯେ, ଜନ ସାଧାରଣ ଙ୍କ ପାଖରେ ପ୍ରତ୍ୟକ ସାମ୍ବାଦିକ ନିଜର ବିଶ୍ୱସନିୟତା ରଖିବାକୁ ପଡିବ ବୋଲି କହିବା ସହ ଜିଲ୍ଲାର ମିଡ଼ିଆ କେୟାର୍ସ ର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।WhatsApp Image 2022 05 31 at 9.29.57 PM ରାୟଗଡ଼ା ଜିଲ୍ଲାର ମିଡିଆ କେୟାର୍ସ ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ

ଜିଲ୍ଲା ର ମିଡିଆ କେୟାର୍ସ ବରିଷ୍ଠ ସାମ୍ବାଦିକ ଦୀପକ ପୃଷ୍ଟି ତାଙ୍କ ଅଭିଭାଷଣରେ ଜିଲ୍ଲା ପ୍ରଶାସନ ସାମ୍ବାଦିକଙ୍କ କଣ୍ଠରୋଧ କରି ପାରିବ ନାହିଁ ବୋଲି କହିଥିଲେ ସେହିପରି ବରିଷ୍ଠ ସାମ୍ବାଦିକ ନିରଞ୍ଜନ ପାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କୁ ପ୍ରଶାସନିକ ଅଧିକାରୀ ମାନେ ଯେଉଁ ପ୍ରକାର ଅଣଦେଖା କରାଯାଉଛି ଏହା ଗ୍ରହଣୀୟ ନୁହେଁ ବୋଲି କହିଥିଲେ ।

ସାମ୍ବାଦିକ ଅଜୟ ରଥ ପ୍ରଶାସନ ର ଏହିପରି ମନମୁଖୀ ଶାସନ କୁ କଲମ ମୁନ ରେ ଜବାବ ଦିଆଯିବ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ଗୋପ ରଞ୍ଜନ ବକ୍ସିପାତ୍ର କରୋନା ମହାମାରୀ ସମୟରେ ଯେଉଁ ସାମ୍ବାଦିକ ମାନେ କରୋନା ରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କୁ ସହୋଜଗ କରିଥିବା ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିବା ପାଇଁ କରୋନା ଯୋଦ୍ଧା ଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିବା ସହ, ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ରେ ସମ୍ମାନିତ କରାଯାଇଥିଲା ।

ଉକ୍ତ ବୈଠକରେ ୧୭୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ରଶ୍ମି ରଞ୍ଜନ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକକୁ ରାୟଗଡ଼ା ସାମ୍ବାଦିକ ମାନେ ତଥା ବିଜୟ ମିଶ୍ର, କେ. କେ. ଜେନା, ଯୋଗେଶ୍ୱର ଦାସ, ରବୀନ୍ଦ୍ର ପାଟଖଣ୍ଡାଳ, ସଂଗ୍ରାମ ପଟ୍ଟନାୟକ, ସୁରେଶ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ଗୋପୀନାଥ ଗୌଡ଼, ଭି.ଭେଙ୍କଟ ରାବନା, ଦାମୋଦର ରାଓ,
ଭି. ନାଗାରାଜୁ, ଶ୍ରୀନିଭାସ ରାଓ ପ୍ରମୁଖ ସହଯୋଗ କରିଥିଲେ ।