ବେଦର୍ଦ୍ଦି ସମ୍ବଲପୁରୀ ଆଲବମର ସୁଟିଂ ରାୟଗଡାରେ ଆରମ୍ଭ

ରାୟଗଡା ଜିଲ୍ଲା ପ୍ରତିନିଧି(ଅମୁଲ୍ୟ ନିସଙ୍କ): ଗତ ଦୁଇ ଦିନ ଧରି ବ୍ରଜରାଜ ନଗରର ଦୟା ପ୍ରଡକସନ ଦ୍ୱାରା ପ୍ରଯୋଜିତ ବେଦର୍ଦ୍ଦି ଦିୱାନା ନାମକ (ଧୋକା ସମ୍ପର୍କିତ) ଏକ ସମ୍ବଲପୁରୀ ଆଲବମର ସୁଟିଂ ରାୟଗଡ଼ ଜ଼ିଲ୍ଲାର ଚାଟିକଣା ସହରର ଇନ୍ଦିରା ନଗର ଠାରେ ହୋଇଯାଇଛି |

ଏହି ଆଲବମର ସାରାଂଶ ନାୟକ ଓ ଦୁଇଟି ନାୟିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢି ଯାଇଥାଏ କିନ୍ତୁ ଏକ ନାୟିକାକୁ ଧୋକା ଦେଇଥାଏ | ଏହି ଆଲବମକୁ ନିର୍ଦେଶନା ଦେଇଛନ୍ତି ଦୟା ସାହୁ, ପ୍ରଯୋଜନା କରଛନ୍ତି ଚିକୁ ସାମଲ, ଉମାକାନ୍ତ ବାରିକ କଣ୍ଠଦାନ କରିଥିବାବେଳେ ମ୍ୟୁଜିକ ଦେଇଛନ୍ତି ଭକ୍ତ ପ୍ରସାଦ ବାରିକ ଓ ସଂଗୀତକୁ ସଜେଇଛନ୍ତି ବେଣୁଧର ସାହୁ | ନାୟକ ଭୂମିକାରେ ବଲାଙ୍ଗୀର ସହରର ଅଶ୍ୱିନୀ ସାହୁ ତଥା ନାୟିକା ରୂପେ କୋରାପୁଟ ସହରର ଏକ ବି.ଟେକ ସଫ୍ଟବେର ଇଞ୍ଜିନିର ଛାତ୍ରୀ ଲିପ୍ଶାରାନି ଖରା ଓ ଦାମନଯୋଡିର ଶିଶୁ ମନ୍ଦିର ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରୀ ଗ୍ଲୋରି ବାଘ |

ଉଭୟେ ନାୟିକା ରୂପେ ଅଭିନୟ କରିଛନ୍ତି | ଦୁଇ ନାୟିକା କହିଛନ୍ତି ଏହା ହେଉଛି ତାଙ୍କର ପ୍ରଥମ ସମ୍ବଲପୁରୀ ଆଲବମ | ଏହା ଦର୍ଶକଙ୍କ ମନକୁ ନିଶ୍ଚୟ ମନମୁଗ୍ଧ କରିବ ବୋଲି ପ୍ରଯୋଜକ ଚିକୁ ସାମଲ କହିଛନ୍ତି | ଏହି ସମ୍ବଲପୁରୀ ଆଲବମ ବେଦର୍ଦ୍ଦି ଦେୱାନ ଖୁବ ଜଲଦି ମୁକ୍ତି ଲାଭ କରିବ ବୋଲି ଜଣାପଡିଛି | ଏହି ସୁଟିଂ ସମୟରେ ରାୟଗଡ଼ର ପି ଡି ସି ଗ୍ରୁପ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ |

Comments are closed.