Related Contents

ଫୋନି ବାତ୍ୟାରେ ପୀଡିତଙ୍କ ପାଇଁ ରିଲିଫ ପାଣ୍ଠି ସଂଗ୍ରହ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ଫନି ବାତ୍ୟା ପୀଡିତାଙ୍କୁ ସାହାଯ୍ୟ କରିବାକୁ ହାତ ବଢ଼ାଇଲେ ବୈପାରୀଗୁଡା ବ୍ଲକ ଏସୟୁସିଆଇ ଦଳ |

ଏସୟୁସିଆଇର କୋରାପୁଟ ବିଧାୟକ ପାର୍ଥି ରାମ ବାରିକ ଓ ବରିଷ୍ଠ କର୍ମକର୍ତ୍ତା ସୂର୍ଯ୍ୟ ନାରାୟଣ ବିଶୋଇଙ୍କ ନେତୃତ୍ୱରେ ଆଜି ନିଜ ଦଳର କର୍ମକର୍ତ୍ତାଙ୍କୁ ନେଇ ଟଙ୍କା ୪୨୬୨ ଆଦାୟ କରିଥିବା ଜଣାପଡିଛି | ବୈପାରୀଗୁଡା ସହର ସମସ୍ତ ଦୋକାନୀ, ବିଭିନ୍ନ ସରକାରୀ କର୍ମଚାରୀ ଓ ବେସରକାରୀ କର୍ମଚାରୀଙ୍କ ଠାରୁ ଦାନ ହୁଣ୍ଡୀ ସାହାଯ୍ୟରେ ବୁଲି ସହାୟତା ଆଦାୟ କରିଛନ୍ତି ଦଳର କର୍ମକର୍ତ୍ତାମାନେ |

ରାଜ୍ୟ ସ୍ତରୀୟ ଏସୟୁସିଆଇ ରିଲିଫ ପାଣ୍ଠି ମାଧ୍ୟମରେ ଏହି ଆଦାୟ ପାଣ୍ଠିକୁ ଫନିରେ ପୀଡିତାଙ୍କ ପାଇଁ ସାହାଯ୍ୟ କରାଯିବ ବୋଲି ଦଳ ପକ୍ଷରୁ ପ୍ରକାଶ କରାଯାଇଛି | ଏଥିରେ ଲଷ୍ମୀ ବାରିକ, ରୁକ୍ମଣୀ ବାରିକ, ବାସନ୍ତି ଖରା, ନବୀନା ବାରିକ, ପ୍ରମିଳା ପୂଜାରୀ ପ୍ରମୁଖ ଉପସ୍ଥିତରହି ପାଣ୍ଠି ଆଦାୟ କରିଥିଲେ |

Comments are closed.