ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣା : ନନ୍ଦନକାନନ କର୍ତୃପକ୍ଷଙ୍କ ବିରୋଧରେ ଥାନାରେ ମାମଲା

0
163
ନନ୍ଦନକାନନରେ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୩୧/୦୫) : ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣାକୁ ନେଇ ଥାନାରେ ଅଭିଯୋଗ । ନନ୍ଦନକାନନ କର୍ତୃପକ୍ଷଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି ।

ଚିକିତ୍ସାରେ ବିଳମ୍ବ ଅଭିଯୋଗ କରି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସିଂହୀ ବ୍ୟବଚ୍ଛେଦ ଏମ୍ସ ଦ୍ୱାରା କରିବାକୁ ଦାବି କରାଯାଇଛି । ଗତକାଲି ନନ୍ଦନକାନନରେ ସିଂହୀ ଗଙ୍ଗା ର ମୃତ୍ୟୁ ହୋଇଥିଲା । ବିଷଧର ସାପ କାମୁଡ଼ାରେ ସିଂହୀ ଗଙ୍ଗା ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ ସିଂହୀ ଗଙ୍ଗା ର ବୟସ ୧୫ ବର୍ଷ ଥିଲା । ତାକୁ ୨୦୧୫ ରେ ଇସ୍ରାଏଲରୁ ଅଣାଯାଇଥିଲା ।

ନନ୍ଦନକାନନ ର ୩୦ ନମ୍ବର ଖୁଆଡ଼ରେ ରହୁଥିଲା ସିଂହୀ । ସିଂହୀ ଗଙ୍ଗା ର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୧୬ ଟି ସିଂହ ଅଛନ୍ତି । ଏଥିରେ ଏସିଆଟିକ୍ ସିଂହ ୮ ଟି, ହାଇବ୍ରିଡ ସିଂହ ୭ ଟି, ଆଫ୍ରିକିଆନ୍ ସିଂହ ଗୋଟିଏ ରହିଛନ୍ତି ।