ରାୟଗଡ଼ ଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଶାନ୍ତିପୂର୍ଣ ପ୍ରତୀକ ଧାରଣା

ରାୟଗଡା (ଅମୁଲ୍ୟ ନିସଙ୍କ / ଗୋପୀନାଥ ଗୌଡ଼): ରାୟଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଫାଟକ ନିକଟରେ ରାୟଗଡ଼ ନାଗରିକ ମଞ୍ଚ ରାୟଗଡ଼ ତରଫରୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଶାନ୍ତିପୂର୍ଣ ପ୍ରତୀକ ଧାରଣା ଆଜି ସକାଳୁ ୯ଘଂଟିକା ସମୟରେ ଆରମ୍ଭ ହୋଇଥିଲା | ଏଥିରେ ସମଗ୍ର ଜ଼ିଲ୍ଲାରୁ ଶତାଧିକ ଲୋକ ଯୋଗ ଦେଇଥିଲେ |

ସର୍ବପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଧାରଣା ଆରମ୍ବ କରିଥିଲେ | ଏଥିରେ ଓକିଲ ସଙ୍ଘ ସଭାପତି ବ୍ରଜ ନାୟକ, ସମାଜ ସେବି ଜୟରାମ ଜେନା, ଓକିଲ କୋଣ୍ଡା ବାବୁ, ବରିଷ୍ଠ ସାମ୍ବାଦିକ ବାଦଲ ଥା, କେଦାର ପଣ୍ଡା, ଦେବାଶିଷ ଖାଡ଼ଙ୍ଗା, ବସନ୍ତ ଉଲାକା, ଦୁର୍ଗା ପ୍ରସାଦ ପଣ୍ଡା, ସୁନୀଲ ପଣ୍ଡା, ସୁନୀଲ କର ଯୋଗ ଦେଇ ରାୟଗଡ଼ ଠାରେ ଏକ ମେଡିକାଲ କଲେଜ ସ୍ଥାପନା ନିମନ୍ତେ ମତ ରଖିଥିଲେ | ଏଥି ନିମନ୍ତେ ଆବଶ୍ୟକ ସରକାରୀ ଜମି ଆବଶ୍ୟକ ପଡୁଥିବାରୁ ଜୟପୁର ସୁଗର କମ୍ପାନୀ ଅଧୀନରେ ଥିବା ସରକାରୀ ଜମିକୁ ସରକାର ନିଜ ଅଧୀନକୁ ନେବା ନିମନ୍ତେ ମତ ଦେଇଥିଲେ | ପ୍ରକାଶ ଥାଉ କି ଗତ ୨୦୧୪ମସିହାରେ ଏହି ରାୟଗଡ଼ ଜ଼ିଲ୍ଲା ଓ ପଡୋଶୀ କୋରାପୁଟ ଜ଼ିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶା ସରକାର ୩୨୭.୪୦କୋଟି ଟଙ୍କା ବ୍ୟୟରେ ପିପିପି ଢାଞ୍ଚାରେ ଏକ ମେଡିକାଲ କଲେଜ ସହିତ ହଷ୍ଟେଲ ନିର୍ମାଣ କରିବାକୁ ଚାହୁଁଥିବା ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ବିଧାନ ସଭା ଗୃହରେ ଘୋଷଣା କରିଥିଲେ | ଏଥି ନିମନ୍ତେ ୨୦ରୁ ୨୫ଏକର ଜମି ଚି଼ହ୍ନଟ ହୋଇଛି ବୋଲି ମଧ୍ୟ୍ୟ ସରକାର ଘୋଷଣା କରିଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଦୀର୍ଘ ଦୁଇ ବର୍ଷ ପରେ ଏହି ବିଷୟ ନେଇ ପୂର୍ବତନ ଜ଼ିଲ୍ଲାପାଳ ଜଗନ୍ନାଥ ମହାନ୍ତି ଓ ଗୁହା ପୂନମ ତାପସ କୁମାରଙ୍କ ସହିତ ମଞ୍ଚ ଆଲୋଚନା କରିଥିଲେ | ସେହିପରି ସ୍ଥାନୀୟ ବିଧାୟକ ଲାଲବିହାରୀ ହିମିରିକା, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରି ଆଶ୍ୱାସନା ପାଇଥିଲେ କିନ୍ତୁ ନେତା ମନ୍ତ୍ରୀଙ୍କ ଆଶ୍ୱାସନା ପାଣିର ଗାର ପରି ରହିଗଲା |

ସରକାରୀ ଜମି ଅଭାବରୁ ମେଡିକାଲ କଲେଜ ସ୍ଥାପନା ସମ୍ଭବ ନୁହେଁ ବୋଲି ଜଣାପଡିବା ପରେ ନାଗରିକ ମଞ୍ଚ ଯେଏସକୋ ଅଧୀନରେ ଥିବା ସରକାରୀ ଜମି ୫୦୬ଏକର ଫେରାଇ ଆଣି ମେଡିକାଲ କଲେଜ ସ୍ଥାପନା ପାଇଁ ପ୍ରତୀକ ଧାରଣା ରେ ବସିଥିଲେ | ଦିନ ୧୧ଘଂଟିକା ସମୟରେ ଜ଼ିଲ୍ଲା ପ୍ରସାଶନ ତରଫରୁ ରାୟଗଡା ଉପଜ଼ିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ରାୟଗଡ଼ ତହସିଲଦାର ଆସି ଧାରଣା କାରୀଙ୍କ ସହ ଆଲୋଚନା କରିଥିଲେ | ଏକ ମାସ ସମୟ ମାଗିଥିଲେ ଘଟଣାର ସମସ୍ୟା ସମାଧାନ ନିମନ୍ତେ କିନ୍ତୁ ନାଗରିକ ମଞ୍ଚ ତଥା ଜନସାଧାରଣ ଆଗାମୀ ୧୫ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ସମୟ ଦେଇଛନ୍ତି | ଏହି ୧୫ଦିନ ମଧ୍ୟରେ ଯେଏସକୋର ୫୦୬ଏକର ଜମି ସରକାରଙ୍କ ଖାତାକୁ ଆଣିବା ସହିତ ରାୟଗଡା ଠାରେ ଏକ ମେଡିକାଲ କଲେଜ ସ୍ଥାପନାର ଘୋଷଣା ନ ହୁଏ ତେବେ ୧୫ଦିନ ପରେ ଆଇନକୁ ହାତକୁ ନିଆଯିବ ବୋଲି ଜନସାଧାରଣ ଉପ ଜ଼ିଲ୍ଲାପାଳକୁ ଜଣାଇଛନ୍ତି |

Comments are closed.