Friday, March 29, 2024

Top 5 This Week

Related Posts

ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ମୃତ

ରିପୋର୍ଟ : ରାମନାଥ ଗନ୍ତାୟତ
ନେପାଳ/ଭୁବନେଶ୍ୱର, (୩୧/୦୫) : ନେପାଳ ବିମାନ ଦୁର୍ଘଟଣାରେ ମୃତ ଓଡ଼ିଆ ପରିବାରକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସିଛି । ଅଶୋକ ତ୍ରିପାଠୀଙ୍କ ପରିବାର ନେପାଳ ବୁଲିବାକୁ ଯାଇଥିଲେ ଏବଂ ସେହି ସମୟରେ ଏହି ଦୁର୍ଘଟଣା ଘଟିଛି ।

ନେପାଳ ବିମାନ ଦୁର୍ଘଟଣାରେ ପରିବାର ର ସମସ୍ତଙ୍କ ମୃତ୍ୟୁ ହୋଇଯାଇଛି ଅଶୋକ । ତାଙ୍କ ପୂର୍ବ ପତ୍ନୀ ବୈଭବୀ ବନ୍ଦେକର ତ୍ରିପାଠୀ ଓ ଦୁଇ ପିଲାଙ୍କ ସହ ନେପାଳ ଯାଇଥିଲେ । କିଛି ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । କିନ୍ତୁ ପୁଅ-ଝିଅ ମା’ ବୈଭବୀ ବନ୍ଦେକରଙ୍କ ସହ ମୁମ୍ବାଇରେ ରହୁଥିଲେ । ପରିବାରରେ ସେମାନେ ନିଷ୍ପତି କରିଥିଲେ ଯେ ବର୍ଷକରେ ୧୦ ଦିନ ସେମାନେ ଏକାଠି ରହିବେ ।

ସେହି କ୍ରମରେ ଏଥର ସେମାନେ ନେପାଳ ଯାଇଥିଲେ । ବୈଭବୀ ମୁମ୍ବାଇରେ ଜଣେ କର୍ମଜୀବୀ ମହିଳା । ତାଙ୍କ ପୁଅ ଧନୁଷ ଏବଂ ଝିଅ ରିତିକା ତାଙ୍କ ସହ ରହୁଥିଲେ । ଅଶୋକ ତ୍ରିପାଠୀ, ପୂର୍ବ ପତ୍ନୀ ବୈଭବୀ, ପୁଅ ଧନୁଷ ଓ ଝିଅ ରିତିକା ଏକାଠି ତାରା ଏୟାରଲାଇନ୍ସ ବିମାନରେ ବସିଥିଲେ ।

ସେମାନଙ୍କ ସହ ୧୩ ଜଣ ନେପାଳୀ, ୨ ଜଣ ଜର୍ମାନ ନାଗରିକ ଏବଂ ଓଡ଼ିଶା ର ଏହି ଚାରିଜଣ ସେହି ବିମାନରେ ପୋଖରା ବୁଲିବାକୁ ଯାଉଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ନେପାଳ କର୍ତୃପକ୍ଷ କହିଛନ୍ତି, ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ତେବେ ଏ ଯାଏଁ ୧୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

Popular Articles