ଖଲିପଥର ଗ୍ରାମରେ ଯୋଗାସନ ଶିକ୍ଷା ଶିବିର ଅନୁଷ୍ଠିତ

ବେଲପଡା(ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଅନ୍ତର୍ଗତ ଖଲିପଥର ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଯୋଗଗୁରୁ ହିମାନଚନ୍ଦ୍ରଜୀଙ୍କ ତତ୍ୱାବଧାନରେ ପଞ୍ଚଦିବସୀୟ ନିଶୁଳ୍କ ପତଞ୍ଜଳି ଯୋଗସିବିର ଅନୁଷ୍ଠିତ ହୋଇଥିଲା ।

ଏହି ଯୋଗ ସିବିରରେ ସକାଳ ୪ଟା ୩୦ମିନିଟ ରୁ ୬ ଟା ୩୦ ମିନିଟ ପର୍ଯ୍ୟନ୍ତ ଯୋଗାସନ ଶିକ୍ଷା ଚାଲିଥିଲା । ଏହା ୧-୫-୨୦୧୯ ବୁଧବାର ଠାରୁ ଆରମ୍ଭ ହୋଇ ୫-୫-୨୦୧୯ ରବିବାର ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହି ଯୋଗ ଶିବିରରେ ବିପୁଳ ପରିମାଣରେ ସିବିରାର୍ଥୀ ମାନେ ଭାଗନେଇ କୃତାର୍ଥ ହୋଇଛନ୍ତି । ଉକ୍ତ ଯୋଗସିବିରଟି ପତଞ୍ଜଳି ପରିବାର ଆୟୋଜନ କରିଥିବା ବେଳେ ଯୋଗ ଶିକ୍ଷା ସମୟରେ ଆୟୋଜକ ସଦସ୍ୟ ମାନେ ବିଶେଷ ସହଯୋଗ କରିଥିଲେ । ଶେଷ ଦିନରେ ରାଜ୍ୟ ପ୍ରଭାରୀ-ରାଧାମାଧବ ବହିଦାର, ଜିଲ୍ଲା ପ୍ରଭାରୀ- ଅଶୋକ ଅଗ୍ରୱାଲ, ଯୁବ ଜିଲ୍ଲା ପ୍ରଭାରୀ- ଜ୍ୟୋତିପ୍ରକାଶ ସାହୁ, ଜିଲ୍ଲା ମେଡିଆ ପ୍ରଭାରୀ -ସସ୍ମିତା ସାହୁ, ଯୋଗ ପ୍ରଚାରକ ତ୍ରିଲୋଚନ ତରିଆ ଯୋଗଦାନ ଦେଇଥିଲେ ।

Comments are closed.