Friday, March 29, 2024

Top 5 This Week

Related Posts

ତରଭା ବିଦେଶୀ ମଦ ଦୋକାନ ରୁ ଚୋରି ଘଟଣାର ପର୍ଦ୍ଦାଫାସ କଲା ପୁଲିସ : ୨ ଗିରଫ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୫) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଦେଶୀ ମଦ ଦୋକାନ ରେ ହୋଇଥିବା ଚୋରୀ ଘଟଣାର ଫର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୁଲିସWhatsApp Image 2022 05 30 at 8.53.35 PM ତରଭା ବିଦେଶୀ ମଦ ଦୋକାନ ରୁ ଚୋରି ଘଟଣାର ପର୍ଦ୍ଦାଫାସ କଲା ପୁଲିସ : ୨ ଗିରଫ

ସୂଚନା ଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ ତରଭା ବିଦେଶୀ ମଦ ଦୋକାନରୁ ୧୫୨ କାର୍ଟୁନ ମଦ ସହିତ ୯୦ ହଜାର ଟଙ୍କା ଚୋରୀ ହୋଇଥିବା ମଦ ଦୋକାନ ମାଲିକ ତରଭା ଥାନାରେ ଅଭିଯୋଗ କରିଥିଲେ । ପରେ ପରେ ତରଭା ପୁଲିସ ସହିତ ଜିଲ୍ଲା ପୁଲିସ ଏହି ଘଟଣାର ଅନୁସନ୍ଧାନ କରି ଏକ ଆନ୍ତଃରାଜ୍ୟ ଚୋରୀ ରାକେଟ ର ଫର୍ଦ୍ଦାଫାସ କରିଛି ।

ଏହି ରାକେଟ ଓଡିଶା ର ବିଭିନ୍ନ ଜିଲ୍ଲାର ମଦ ଦୋକାନରୁ ଚୋରୀ କରି ଅନ୍ୟତ୍ର ବିକ୍ରି କରୁଥିବା ପୁଲିସ ସୂଚନା ଦେଇଛି । ଏହି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ଗୋଟିଏ ବଲେରୋ ପିକଅପ ଗାଡି, ୧୩୪ କାର୍ଟୁନ ମଦ, ଗୋଟିଏ ଗ୍ୟାସ କଟର ଓ ଚୋରୀରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

ଅଭିଯୁକ୍ତ ଦୁଇଜଣ ହେଲେ ଅନୁଗୁଳ ଜିଲ୍ଲା ନୂଆଖଟା ଗାଁ ର ୨୧ ବର୍ଷିୟ ଆଶିଷ ଖିଲାର ଓ କଟକ ଜିଲ୍ଲା ଗୋଡିଜିହାରିଆ ଗାଁ ର ୫୧ ବର୍ଷିୟ ଭୋଳେଶ୍ଵର ସାହୁ ବୋଲି ପୁଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ଆହୁରି ଅଭିଯୁକ୍ତ ସାମିଲ ଥିବା ପୁଲିସ କହିଥିବା ବେଳେ ତାଙ୍କୁ ମଧ୍ୟ ଖୋଜା ଚାଲିଛି । ଏ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା l ଏହି ସାମ୍ବାଦିକ ସମ୍ବିଳନୀରେ ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗି ଉପସ୍ଥିତ ଥିଲେ l

Popular Articles