ସୌରା ଜନଜାତିଙ୍କ ଅକ୍ଷର ବ୍ରହ୍ମ ଯାତ୍ରା ପାଳିତ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟ ଦିବସ ଅବସରରେ ଚାଷୀକୁଳ ମୁଠି ଅନୁକୂଳ କରି ନିଜର ଚାଷ କାମ ଆରଂଭ କରିଥାଏ | ଠିକ ସେହିପରି ଆଦିବାସୀ ମାନେ ମଧ୍ୟ ଏହି ପବିତ୍ର ଦିନରେ ସୈରାଜନଜାତିଙ୍କ ଅକ୍ଷରବ୍ରହ୍ମ ଯାତ୍ରା ମାତରବନମ୍ ପୀଠ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ମରିଚଗୁଡା ପାହଡରେ ଅନୁଷ୍ଠିତ ହୋଇଯାଇଛି ।

ରିତିନିତୀ ଅନୁସାରେ ଏଠାରେ ପୂଜାଅର୍ଚ୍ଚନା କଲାପରେ ସାଧାରଣ ଲୋକେ ଦର୍ଶନ କରିଥାନ୍ତି । ଆଜିର ଦିନରେ ଏଠାରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟମିଳେ ବୋଲି ଏହି ଜନଜାତିର ଲୋକେ ବିଶ୍ୱାସ କରନ୍ତି । ପଣ୍ଡିତ ଗୁରୁ ମଙ୍ଗେଇ ଗମାଙ୍ଗ ତପସ୍ୟା ବଳରେ ୨୪ଟି ଅକ୍ଷର ଓଁ ଭିତରେ ଦେଖିବାକୁ ପାଇଥିଲେ । ସୈରାଭାଷାର ଲିପିସ୍ରଷ୍ଟା ଏଠାରୁ ଆରମ୍ବ ହୋଇଥିଲା ।ଏହି ଲିପିକୁ ସୈରାଜନଜାତି ନିଜର ଆରାଧ୍ୟ ଦେବତାବୋଲି ପୁଜା କରନ୍ତି ବୋଲି ମତ ରହିଛି । ମାନସିକ ଧାରି ମାନେ ଏଠାରେ କେବଳ ନଡିଆ କଦଳୀ,ପଞ୍ଚାମୃତ କରିଥାନ୍ତି ।

ଏଠାରେ ବଳୀପ୍ରଥା ବନ୍ଦ । କେବଳ ରାୟଗଡା ଜିଲ୍ଲାନୁହଁ ଅନ୍ୟ ଜିଲ୍ଲା ଏବଂ ରାଜ୍ୟବାହାରୁ ମଧ୍ୟ ଏଠାକୁ ଆସି ଏହି ପୀଠରେ ଆଜି ଏହି ଅକ୍ଷୟତୃତୀୟାରେ ଦର୍ଶନ କରିଥାନ୍ତି । ଏହି ମରିଚଗୁଡା ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ସବୁପ୍ରକାର ସୁବିଧା କରିଥାନ୍ତି ବୋଲି ଏଠାକାର କମିଟି କହିଛନ୍ତି । ସମସ୍ତ ଜନସାଧାରଣ ଶାନ୍ତିର ସହ ଏହି ପର୍ବ ପାଳନ କରିଥିବାରୁ ସମସ୍ତଙ୍କୁ ବହୁତ ଧନ୍ୟବାଦ କମିଟି ତରଫରୁ ଜଣାଯାଇଛି |

Comments are closed.