Related Contents

ବୈପାରୀଗୁଡା ସାନ୍ତେଇପୁଟ ଛକରେ ବାଇକ, ଟଙ୍କା ସହ ମୋବାଇଲ ଲୁଟ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ବୈପାରୀଗୁଡା ଥାନା ଅନ୍ତର୍ଗତ ସାନ୍ତେଇପୁଟ ଛକରେ ଡକାୟତି ହୋଇଥିବା ସୂଚନା ମିଳିଛି |

ଆଜି ଅପରାହ୍ନରେ ସାନ୍ତେଇପୁଟ ଠାରୁ ବୈପାରୀଗୁଡା ଅଭିମୁଖେ ଯାଉଥିବା ବୈକୁଣ୍ଠ ଗୌଡ଼ ନାମକ ବାଇକ ଆରୋହୀଙ୍କୁ କିଛି ଦୁର୍ବୁତ୍ତ ମାନେ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ଠାରୁ ଗୋଟିଏ ବାଇକ,ଟଙ୍କା ୬୦୧୦୦ ଓ ଦୁଇଟି ମୋବାଇଲ ଝାମ୍ପି ନେଇଥିବା ବୈପାରୀଗୁଡା ଥାନାରେ ଏତଲା ଦେଇଛନ୍ତି | ଶ୍ରୀ ଗୌଡ଼ କହିବା ଅନୁଯାଇ ସେ ଜୟପୁର ସ୍ଥିତ ସ୍ୱତନ୍ତ୍ର ମାଇକ୍ରୋ ଫାଇନେସ ନାମକ ଏକ ଘରୋଇ କମ୍ପାନିରେ କାମ କରୁଛନ୍ତି | ସେ ସାନ୍ତେଇପୁଟ ଗ୍ରାମରୁ ଟଙ୍କା ଆଦାୟ କରି ଜୟପୁର ଅଫିସ ଯାଉଥିବା ବେଳେ ତିନି ଜଣ ଦୁର୍ବୁତ୍ତ ଲୁଟେରା ନିରଳା ଜାଗାରେ ତାଙ୍କୁ ଅଟକେଇ ଏହି ଅଘଟଣ ଘଟାଇଛନ୍ତି | ବୈପାରୀଗୁଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

Comments are closed.