Friday, March 29, 2024

Top 5 This Week

Related Posts

ବୟସ ୧୦୦ ଛୁଇଁଲାଣି ତଥାପି ଚାଲିଛି ଜନସେବା 

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, ମୁନିଗୁଡା, (୩୦/୫) : ମୁନିଗୁଡା ଠାରୁ କଦମଗୁଡା ଅବସ୍ଥିତ ବୃଦ୍ଧଙ୍କ କଥାରେ ଅଛି ଜଳଦାନ ମହାପୂଣ୍ୟ ଏହି କଥାକୁ ଠିକ୍ ଭାବରେ ବୁଝି ପାରୁଛନ୍ତି ଜଣେ ବୃଦ୍ଧ । ବୟସ ୧୦୦ ଛୁଇଁଲାଣି ତଥାପି ଚାଲିଛି ଜନସେବା ।WhatsApp Image 2022 05 30 at 10.43.35 AM ବୟସ ୧୦୦ ଛୁଇଁଲାଣି ତଥାପି ଚାଲିଛି ଜନସେବା 

ବୟସ ୧୦୦ ଛୁଇଁଲାଣି ହେଲେ ଏବେବି ତାଙ୍କ ମନରେ ଅଛି ସାହାଯ୍ୟ କରିବାର ମନୋବୃତ୍ତି ଯେଊଁ ବୟସରେ ସେବା ପାଇବା କଥା ସେହି ବୟସରେ ସେ ଲୋକଙ୍କୁ ଜଳ ଦାନକରି ସେବା କରୁଛନ୍ତି, ଏବେ ମଧ୍ୟ ରହିଛି ବୁଢା ବାପାଙ୍କ ପାଖରେ ମଣିଷ ପଣିଆ ର ମାନବିକତା । ଆମେ କହୁଛୁ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ଅନ୍ତର୍ଗତ କଦମଗୁଡା ଗାଁ ର ବୃଦ୍ଧ ଚନ୍ଦନ ନାୟକଙ୍କ କଥା ।

ଏ ହେଉଛନ୍ତି ଚନ୍ଦନ ନାୟକ ବୟସ ୧୦୭ ଉପରେ ହୋଇଗଲାଣି ହେଲେ ସେ ଦିର୍ଘ ବର୍ଷ ଧରି ଖରା ଦିନରେ ରାସ୍ତାରେ ଯାଉଥିବା ଲୋକଙ୍କୁ ମାଠିଆରେ ରଖିଥିବା ପାଣି ଦେଇ ଲୋକଙ୍କ ତୃଷା ମେଣ୍ଟାଉଛନ୍ତି, ବୟସ ର ଅପରାହ୍ନରେ ପହଞ୍ଚି ଯାଇଥିବା ସତ୍ୱେ ସେ ଏବେବି ଯାରି ରଖିଛନ୍ତି ଜଳଦାନ ସରକାରଙ୍କୁ ଠାରୁ ପାଉଛନ୍ତି ୭୦୦ ଟଙ୍କା ଭତ୍ତା ।WhatsApp Image 2022 05 30 at 10.43.34 AM ବୟସ ୧୦୦ ଛୁଇଁଲାଣି ତଥାପି ଚାଲିଛି ଜନସେବା 

ପୁଅ-ବହୁ ଥିଲେ ବି ସେ କେବେ କାହାଠାରୁ ଦିନେ ହାତ ପତାଇ ନାହାଁନ୍ତି । ଭାରୀ ସ୍ୱାଭିମାନୀ ବୃଦ୍ଧ ଜଣକ, ଆଗରୁ ସେ ଚାଷ ବାଷ କାମ କରୁଥିବା ବେଳେ ଖରାଦିନ ଆସିଲେ ରାସ୍ତା ପାର୍ଶ୍ୱରେ ଥିବା ଗଛ ତଳେ ଆରମ୍ଭ କରିଦିଅନ୍ତି ଜଳଛତ୍ର ତେଣୁ ସ୍ଥାନୀୟ ଅଞ୍ଚଳରେ ସେ ଏହି ମହତ୍ୱ କାମ ପାଇଁ ବେଶ୍ ପରିଚିତ ।

ଚନ୍ଦନ ନାୟକ ପାଣି ଯୋଗାଉଥିବା ବୃଦ୍ଧ, କଦମଗୁଡା- ବିଶ୍ୱନାଥ, ବାଟୋଇ ଜଙ୍ଗଲ ପାହାଡ ଭରା ଏହି ଗାଁରେ ଆଗରୁ ପିଇବା ପାଣି ର ସୁବିଧା ନଥିବାରୁ ବୃଦ୍ଧ ଜଣକ ନିକଟରେଥିବା ଝରଣାରୁ ପାଣି ଆଣି ଲୋକଙ୍କୁ ଯୋଗାଉଥିଲେ, ଏବେ ଗାଁରେ ନଳକୂପ ହେବାପରେ ସୁବିଧାରେ ପାନୀୟ ଜଳ ଯୋଗାଇ ପାରୁଛନ୍ତି ବୃଦ୍ଧ ଜଣକ ।

ବୟସ ଅଧିକ ହୋଇ ଯିବାରୁ ଭଲରେ କଥା କହି ପାରୁ ନଥିବା ବେଳେ ବାଡିଟିଏ ଧରି ଚଲାବୁଲା କରୁଛନ୍ତି ତେଣୁ ଏହି ଗ୍ରାମବାସୀ ତାଙ୍କୁ ପାଣି ଆଣିବାରେ ସାହାଯ୍ୟ କରୁଛନ୍ତି ଓ ସେ ଆମ ଗ୍ରାମ ପାଇଁ ଗୌରବ ବୋଲି କହୁଛନ୍ତି ଗ୍ରାମବାସୀ । ଏହି ପରି ଜନସାଧାରଣ ମାନଙ୍କୁ ଖରାଦିନେ ପାଣି ଯୋଗାଇ ସାହାଯ୍ୟ କରିଥିବା ପାଇଁ ଆମ ଜିଲ୍ଲା ଖବର ତରଫରୁ ଧନ୍ୟବାଦ ଜଣାଉଛି ଏହି ବୃଦ୍ଧ ବାପାଙ୍କୁ ଓ ତାଙ୍କୁ ଜନ୍ମ ଦେଇ ଥିବା ବାପା ମାଆଙ୍କୁ ।

Popular Articles