Related Contents

ପାଣିପମ୍ପ ଲଗେଇବାକୁ ଯାଇ ବିଦ୍ୟୁତ ଆଘାତରେ ମୃତ୍ୟୁ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ପଂଚାୟତ ଅନ୍ତର୍ଗତ ଚିଲିପଦର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ମଙ୍ଗଳା ଖରା ବୟସ(୨୨)ପିତା ରେଲି ଖରା ।

ମଙ୍ଗଳା ଖରା ନିଜ ସାଇ ପଡିସା ସୁଣ୍ଡି ବିଷଇ ଘରକୁ ଘର କାମ କରିବାକୁ ଯାଇଥିବା ବେଳେ ଘରକାମ କରିବା ସମୟରେ ନିକଟସ୍ଥ କୂଅଭିତରେ ପାଣି ମଟର ଫୁଟବଲ ପାଣି ଭିତରେ ଛାଡିବାକୁ ପଠେଇ ଥିଲେ । ଫଳରେ ପୂର୍ବରୁ ନଳକୂପରେ ସଂଯୋଗ ଥିବା ମୋଟରରେ କରେଣ୍ଟ ଲୁହା ଲାଗି ଚାର୍ଜ ହୋଇଯାଇଥିଲା, ନଳକୂପର ଲୁହାକୁ (ମଙ୍ଗଳା) ଧରିବା ମାତ୍ରେ କରେଣ୍ଟ ଆଘାତରେ କୂଅ ଭିତରେ ପଡି ମୃତ୍ୟୁ ବରଣ କରିଥିଲେ । ଏହାର କିଛିସମୟ ପରେ ସୁଣ୍ଡି ବିଷଇ ଦଉଡି ଯାଇ କରେଣ୍ଟ କାଟିଥିଲା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶ୍ରମ ବିଭାଗ ପକ୍ଷରୁ କୂପ ଭିତରେ ପଶିମୃତ ଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

Comments are closed.