ଜିଲ୍ଲା ପରିଷଦ ରାୟଗଡ଼ା ର ୭୫ ତମ ବୈଠକ ଅନୁଷ୍ଠିତ

0
140
ଜିଲ୍ଲା ପରିଷଦ ରାୟଗଡ଼ା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୨୫/୦୫) : ନବଗଠିତ ରାୟଗଡ ଜିଲ୍ଲା ପରିଷଦ ରାୟଗଡ଼ା ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ର ପ୍ରାରମ୍ଭରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନବ ନିର୍ବାଚିତ ଅଧ୍ୟକ୍ଷ ସୁଶ୍ରୀ ସରସ୍ୱତୀ ମାଝୀ ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ସୁନାଙ୍କୁ ଶପଥ ପାଠ କରାଇଥିଲେ l

ଜିଲ୍ଲା ପରିଷଦ ରାୟଗଡ଼ା ର ୭୫ ତମ ବୈଠକରେ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା ମାନ୍ୟବର ମନ୍ତ୍ରୀ ଅନୁସୂଚୀତ ଜନଜାତି ଓ ଜାତି ବିକାଶ ଓଡ଼ିଶା ଶ୍ରୀଯୁକ୍ତ ଏନ. ଭସ୍କାର ରାଓ, ମାନ୍ୟବର ସାଂସଦ, ରାଜ୍ୟସଭା, ଶ୍ରୀଯୁକ୍ତ ସପ୍ତଗିରି ଉଲାକା, ମାନ୍ୟବର ସାଂସଦ, କୋରାପୁଟ ଲୋକସଭା, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ମାନ୍ୟବର ବିଧ୍ୟାୟକ ରାୟଗଡ଼ା, ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ମାନ୍ୟବର ବିଧ୍ୟାୟକ ଗୁଣପୁର, ଉପଜିଲ୍ଲାପାଳ ଗୁଣପୁର ଯେ. ସନାଲ, ଉପଜିଲ୍ଲାପାଳ ରାୟଗଡ଼ା ପ୍ରତାପ ଚନ୍ଦ୍ର ପ୍ରଧାନ, ରାୟଗଡ଼ା ଜିଲ୍ଲା ର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧକ୍ଷା ମାନେ ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ବୈଠକରେ ମାନ୍ୟବର ସାଂସଦ ଏନ ଭାସ୍କର ରାଓ ସାଂସଦ କାର୍ଯ୍ୟକାଳ ଶେଷ ହେଉଥିବାରୁ ନିଜର ଭାଷଣ କହିଲେ ଯେ ଜିଲ୍ଲାର ବିକାଶରେ ସମସ୍ତେ ଦଳଗତ ନିର୍ବିଶେଷରେ କାର୍ଯ୍ୟକରିବାକୁ ପଡିବ l ସମସ୍ତେ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରିବାକୁ କହିଥିଲେ l ଏହି ବୈଠକରେ ପ୍ରଥମ ସାତଟି ବିଭିନ୍ନ ସ୍ଥାୟୀ କମିଟି ଗଠନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି l

ଏହାପରେ ପ୍ରଥମେ ଜିଲ୍ଲା ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା l ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ସଂଖ୍ୟା ଓ ଶିକ୍ଷକ ସଂଖ୍ୟା ଓ ଖାଲିପଡିଥିବା ପଦଵୀ ଉପରେ ଓ ସମଗ୍ର ଶିକ୍ଷା ବ୍ୟବସ୍ଥାରେ ନିଆଯାଉଥିବା କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ l ଖାଲି ପଡିଥିବା ପଦବୀ ଗୁଡିକ ତୁରନ୍ତ ପୂରଣ କରିବାକୁ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି l

ବିଶେଷ କରି ଯେଉଁଠି ଛାତ୍ର ଛାତ୍ରୀ ସଂଖ୍ୟା ବେଶି ଅଛନ୍ତି ସେହି ବିଦ୍ୟାଳୟରେ ନୂତନ ଭାବେ ପୂରଣ କରିବାକୁ ଥିବା ବିଜ୍ଞାନ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯିବା ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଏହାପରେ ସ୍ୱାସ୍ଥ୍ୟ ବିଭାଗ ର କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା l ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲା ର ସ୍ୱାସ୍ଥ୍ୟ ସେବା ନିମନ୍ତେ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନ କରିଥିଲେ l

କାମ ଦିନ ମଧ୍ୟରେ ଜିଲ୍ଲା ସଦର ମୂଖ୍ୟ ଚିକତ୍ସାଳୟରେ ଉତ୍ତମ ଚିକିତ୍ସା ସୁବିଧା ଯଥା ଏମ.ଆର.ଆଇ (MRI) ସିଟିସ୍କାନ (City Scan) ଏବଂ ଶିଶୁ ମାଙ୍କ ନିମନ୍ତେ ଆ.ସି.ୟୁ ସ୍ଥାପାନ କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯିବ l ଡାକ୍ତର ସମସ୍ୟା ବିଷୟରେ ସରକାରଙ୍କ ଦୃଷ୍ଟିକୁ ନିଆଯାଇଛି ପୋଷ୍ଟିଂଗ ହେଲେ ଖାଲିସ୍ଥାନ ଦେଖି ପୁରାଣ କରାଯିବ ବୋଲି ସିଡିଏମ ଡାକ୍ତର ରାଉତରାୟ କହିଥିଲେ l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ କୃଷିକାର୍ଯ୍ୟ ନିମନ୍ତେ ନିଆଯିବାକୁ ଥିବା କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନା ଵିଶେଷ କରି କାଳିଆ ଯୋଜନା ପରି ନୂତନ ଯୋଜନା ବଳରାମ ଯୋଜନା, ସମନ୍ୱିତ କୃଷି ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ବିକାଶ ଯୋଜନା ଆଦି ବିଷୟରେ ଉପସ୍ଥାପନ କରିଥିଲେ l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଆଗୁଆ ଉନ୍ନତି ମାନର ବିହନ, ସାର ଚାଷୀ ମାଙ୍କୁ ଯୋଗାଇବାକୁ ବୈଠକରେ କୁହାଯାଇଛି l

ଜିଲ୍ଲାରେ ଗ୍ରାମୀୟ ଜଳଯୋଗାଣ ଉପରେ ଆଲୋଚନା କରି ନିର୍ମାଣ କାର୍ଯ୍ୟ ଚାଲୁଥିବା ପ୍ରକଳ୍ପ ଗୁଡ଼ିକର ତୁରନ୍ତ ସମ୍ପୁର୍ଣ୍ଣ କରି ନିର୍ଦ୍ଧାରିତ ସମୟ ଭିତରେ ପିଇବା ପାଣି ଯୋଗାଇବା ପାଇଁ ବୈଠକରେ ନିର୍ବାହୀଯନ୍ତ୍ରୀ ଜିଲ୍ଲା ଗ୍ରାମୀୟ ଜଳ ଯୋଗାଣ ସଂସ୍ଥାକୁ କୁହାଯାଇଛି l ଏହି ବୈଠକରେ ଜିଲ୍ଲା ଯୋଗାଣ ବିଭାଗ, ଜିଲ୍ଲା ଗ୍ରାମୀୟ ନିର୍ମାଣ ବିଭାଗ ଓ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ଉପରେ ଆଲୋଚନା କରାଯାଇଥିଲା l