ଦୁଇ ବାଇକ ଧକ୍କା, ଜଣେ ମହିଳା ସହ ୩ ଆହତ

କୋଦଳା,ଗଂଜାମ(ଜଗନ କୁମାର ସେଠୀ): ବେଗୁନିଆପଡା -କଞ୍ଚଣା ରାସ୍ତାରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ମହିଳା ସହ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି |

ବିରିବାଟିଆ ଗ୍ରାମର ମିଥୁନ ପୋଲାଇ(୨୪) ଓ ରଞ୍ଜୁ ବେହେରା(୩୫) ଏକ ବାଇକରେ କୋଦଳାକୁ ଫେରୁଥିବାବେଳେ ବାଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହିତ ସମ୍ମୁଖରୁ ଧକ୍କା ହୋଇଥିଲା | ଅନ୍ୟ ଦ୍ବୟ ହେଲେ ରାଣୀପଡ଼ା ଗ୍ରାମର ଶରତ ଦାସ(୨୫) ଓ ଧନୁ ଦାସ(୨୩) ବୋଲି ଜଣାପଡିଛି | ଫଳରେ ବାଇକରୁ ପଡି ୪ଜଣଯାକ ଗୁରୁତର ହୋଇଥିଲେ | ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦମକଳ ଯୋଗେ କୋଦଳା ଡାକ୍ତରଖାନାକୁ ପଠାଇଥିଲେ | ସେଠାରେ ଶରତ ଦାସ ଓ ରଞ୍ଜୁ ବେହେରାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଥିଲା | ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି |

Comments are closed.