Friday, March 29, 2024

Top 5 This Week

Related Posts

ରାସ୍ତା ପାଖରେ ବସିବା ହେଲା କାଳ : ଗୋଟିଏ ପରିବାର ଉପରେ ଚଢିଗଲା କାର

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୯/୦୫) : ରାସ୍ତା ପାଖରେ ବସିବା ହେଲା କାଳ । ରାସ୍ତା ପାଖ ଗଛ ମୂଳେ ବସିଥିବା ବେଳେ ଚଢିଗଲା କାର । ନିଶା ଖାଇ ଏକ ପରିବାର ର ୪ ଜଣଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି ଚାଳକ ।

ରାସ୍ତା ପାଖରେ ବସିବା ହେଲା କାଳ ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ । ଦୁର୍ଘଟଣାରେ ବାପା, ମାଆଙ୍କ ସମେତ ପିଲା ର ଅବସ୍ଥା ଗୁରୁତର ହୋଇ ପଡିଛିି । ଚିକିତ୍ସା ପାଇଁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ବୋଲି ଜଣା ପଡ଼ିଛି ।

ଏପଟେ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ସମ୍ପୃକ୍ତ ଗାଡି ଚାଳକଙ୍କୁ ଧରି ନିସ୍ତୁକ ମାଡ ମାରିବା ସହ ଅଟକ ରଖିଛନ୍ତି । ସବୁଠୁ ବଡ କଥା ହେଉଛି ଚାଳକ ଜଣଙ୍କ ନିଜେ ନିଶା ଖାଇଥିବା ନେଇ ସ୍ୱୀକାର କରିଛନ୍ତି ।

Popular Articles