Advertisements
Sunday, July 5, 2020
Home headline ଚଳନ୍ତା ବୋଲେରୋ ଗାଡ଼ିରେ ନିଆଁ ଲାଗିଲା,ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ

ଚଳନ୍ତା ବୋଲେରୋ ଗାଡ଼ିରେ ନିଆଁ ଲାଗିଲା,ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): କୋରାପୁଟ ଜିଲ୍ଲାର ଜୟପୁର ଓ ଲମତାପୁଟକୁ ସଂଯୋଗ ହୋଇଥିବା ଜାତୀୟ ରାଜପଥ ଉପରେ ଏକ ବୋଲେରୋ ଗାଡ଼ି ଚାଲୁଥିବା ସମୟରେ ଅନାଚକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଯିବାରୁ ଗାଡିଟି ସଂପୂର୍ଣ୍ଣ ରୂପେ ପୋଡ଼ି ଯାଇଛି ।

ଲମତାପୁଟ ବ୍ଲକର ପେଟା ଗାଁ ନିକଟରେ ଆଜି ଦିନ ୧୨ଟା ସମୟରେ ମାଥିଲି ନିକଟ ସୁନ୍ଦୁରିଯୋଡିରୁ ଏକ ବୋଲେରୋ ପିକପ୍ ଗାଡି OR O1M 6845 ନଂ ଲମତାପୁଟ ଅଭିମୁଖେ ଯାଉଥିବା ସମୟରେ ପେଟା ଓ ରାଣିତୋଟା ଗାଁ ମଝିରେ ଅନାଚକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଥିଲା । ଏହି ଗାଡି ତିନି ଜଣ ଯାତ୍ରୀ ଥିଲେ । କିନ୍ତୁ ଓ ସୈଭାଗ୍ୟ ବଶତଃ କାହାର କିଛି କ୍ଷତି ହୋଇନାହିଁ । ଘଟଣାସ୍ଥଳରେ ରାଣିତୋଟା ଫାଣ୍ଡି ଅଧିକାରୀ ନିଳକଣ୍ଠ ମହାନ୍ତି ଓ ଲମତାପୁଟ ଅଗ୍ନିସମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: