ପିଲାଙ୍କ ନିକଟରେ ପହଞ୍ଚିଛି ଭ୍ରାମ୍ୟମାଣ ପାଠାଗାର

0
131
ପିଲାଙ୍କ ନିକଟରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୮/୦୫) : ବଲାଙ୍ଗୀର ଜିଲ୍ଲା ର ମୁରିବାହାଲ ବ୍ଲକ ଅନ୍ତର୍ଗତ ଲେବଡା ହାଇସ୍କୁଲରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ପିଲାଙ୍କ ନିକଟରେ ପହଞ୍ଚିଲା ଭ୍ରାମ୍ୟମାଣ ପାଠାଗାରWhatsApp Image 2022 05 28 at 9.32.45 PM ପିଲାଙ୍କ ନିକଟରେ ପହଞ୍ଚିଛି ଭ୍ରାମ୍ୟମାଣ ପାଠାଗାର

ଛାତ୍ରଛାତ୍ରୀଙ୍କ ପ୍ରତି ପୁସ୍ତକ ପଠନ ଆଗ୍ରହ ବୃଦ୍ଧି କରିବା ପାଇଁ ଶିଶୁ ସାହିତ୍ୟି ତଥା ଆବାହକ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟାରେ ପିଲାଙ୍କ ନିକଟରେ ଭ୍ରାମ୍ୟମାଣ ପାଠାଗାର ଆଜି ମୁରିବାହାଲ ବ୍ଳକ୍ ସ୍ଥିତ ଲେବଡା ହାଇସ୍କୁଲରେ ପହଞ୍ଚିଛି । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଧାମୟୀ ସାହୁ ଅଧ୍ୟକ୍ଷତା କରିଥିଲେ ।

ଏହି ସଭାରେ କୁବେର ଲାଲ ବେହେରା ପୁସ୍ତକ ପଠନ ଦ୍ୱାରା ଶିଶୁ ର ଅନ୍ତଃର୍ନିହିତ ଗୁଣାବଳୀ ର ବିକାଶ ହେବା ସହିତ ଜୀବନ ର ସବୁ ସମୟରେ ପୁସ୍ତକ ସାଥୀ ହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ । ସଭାରେ ଯଶ କୁମାର ସାହୁ ,ସାଧୁଚରଣ ଛତର କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଲେ ଯଶ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।