Related Contents

୧୦ଚକିଆ ଯାନ ଓଲଟି ଡ୍ରାଇଭର ଗୁରୁତର

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଗତକାଲି ସକାଳ ପ୍ରାୟ ୩ଟା ସମୟରେ ଛତିଶଗଡ଼ରୁ ମାଲକାନଗିରି ଆସୁଥିବା ସମୟରେ ଏମ୍ ଭି-୬୪ ନଂ ଗ୍ରାମ ନିକଟସ୍ଥ ମାଲକାନଗିରି ମୋଟୁ ୩୨୬ନଂ ଜତୀୟ ରାଜପଥରେ ଏକ ୧୦ ଚକିଆ ଯାନ (CG 18 K 6040) ଓଲଟି ପଡିଥିଲା ।

ତଦନ୍ତରୁ ଯାହା ଜଣାପଡିଲା ଗାଡ଼ିଟି ହେଉଛି ଛତିଶଗଡ଼(ବିଚାଲି)ର । ଗାଡିର ଡ୍ରାଇଭର ଜଣକ ବିଜାନଗୁଡା ୨୧ନଂ ଗ୍ରାମର | ସୂଚନା ମୁତାବକ ନିଶା ଅବସ୍ଥାରେ ଗାଡି ଚଳାଉଥିଲେ ଯାହା ଫଳରେ ଭାରସାମ୍ୟ ହରାଇ ଗଛରେ ଯାଇ ପିଟିହୋଇ ଓଲଟି ପଡ଼ିଲେ | ଏହି ଦୁର୍ଘଟଣା ପରେ ଗ୍ରାମବାସୀ ଘଟଣା ସ୍ଥଳେ ଯାଇ ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତେବେ ଭାଗ୍ୟ ବଶତଃ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ |

Comments are closed.