Friday, March 29, 2024

Top 5 This Week

Related Posts

କଳାହାଣ୍ଡି ଜିଲ୍ଲାରେ ମାଓ ତାଣ୍ଡବ

 ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, ତା (୧୮/୦୫) : କଳାହାଣ୍ଡି ଜିଲ୍ଲାରେ ମାଓ ତାଣ୍ଡବ ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ରେ ମାଓ ବାହୀନି ନିଜର ସ୍ଥିତି ଜାହିର କରୁଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ, ପୋଡାଜଳା ଭଳି ଛୋଟ ବଡ ଘଟଣା ନଜରକୁ ଆସୁଛି ।

କଳାହାଣ୍ଡି ଜିଲ୍ଲାରେ ମାଓ ତାଣ୍ଡବ ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ କେତେକ ମାଓବାଦୀ ଆତ୍ମ ସମର୍ପଣ କରି ସମାଜ ର ମୂଖ୍ୟ ସ୍ରୋାତରେ ସାମିଲ ହେଉଥିବା ବେଳେ ନିକଟ ଅତୀତରେ ପୁଣି ଥରେ ମାଓବାଦୀ ମାନେ ସେମାନଙ୍କ ସ୍ଥିତି ଜାହିର କରିଥିବା ଜଣାପଡିଛି ।

ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କା ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣରେ ଏଠାରେ ନିୟୋଜିତ ଟ୍ରାକ୍ଟର, ଟିପର ଓ ଜେସିବି ମେସିନକୁ ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ପୋଡି ଦିଆଯାଇଥିବା ବେଳେ ରାସ୍ତା କାମକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ପୋଷ୍ଟର ଲଗା ଯାଇଛି । ୨୦୧୮ ମସିହା ପରେ ମାଓ ସଂଗଠନ ର ଏହା ଏକ ବଡ଼ ହିଂସାକାଣ୍ଡ ।

ଏହି ରାସ୍ତା କାମ ଭବାନୀପାଟଣା ର ଠିକାଦାର ପ୍ରମୋଦ ପଟ୍ଟନାୟକ କରୁଥିଲେ ବୋଲି ଜଣା ପଡ଼ିଛି । ଘଟଣା ପରେ ସିଆରପିଏଫ ଓ ପୋଲିସ ପକ୍ଷରୁ କୁମ୍ବିଂକୁ ଜୋରଦାର କରାଯାଇଥିବା ଜଣାପଡିଛି ।

Popular Articles