Advertisements
Thursday, July 9, 2020
Home Government News ଫନି ରାୟଗଡ଼ ଜ଼ିଲ୍ଲାରେ ପ୍ରଭାବ ବିହୀନ-ଉପଜ଼ିଲ୍ଲାପାଳ,ରାୟଗଡ଼

ଫନି ରାୟଗଡ଼ ଜ଼ିଲ୍ଲାରେ ପ୍ରଭାବ ବିହୀନ-ଉପଜ଼ିଲ୍ଲାପାଳ,ରାୟଗଡ଼

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ସାମୁଦ୍ରିକ ଝଡ଼ ଫନି ପୁରୀରେ ସ୍ଥଳ ଭାଗ ଛୁଇଁବା ପରେ ଏହାର ପ୍ରଭାବ ରାୟଗଡ଼ ଜ଼ିଲ୍ଲାରେ ବାତ୍ୟା ଆଶଙ୍କା ଟଳି ଯାଇଛି | ଆଜି ସମଗ୍ର ରାୟଗଡା ଜ଼ିଲ୍ଲା ଗସ୍ତ ପରେ ଏହି ଫନିରେ ପ୍ରଭାବ ରାୟଗଡ଼ ଜ଼ିଲ୍ଲାରେ କିଛି ପଡି ନ ଥିବା ଓଡିଶା ନିୟୁଜ୨୪ ଜାଣି ପାରିଥିଲେ |

ଫନି ପୁରୀ ସ୍ଥଳଭାଗ ଛୁଇଁବା ପୂର୍ବରୁ ରାୟଗଡ଼ ଜ଼ିଲ୍ଲାରେ ସାମାନ୍ୟ ବର୍ଷା ଅନୁଭବ ହୋଇଥିଲା | ଫନିରେ ଏହି ଜ଼ିଲ୍ଲାରେ କିଛି କ୍ଷତି ଘଟିବ ସେଥିପ୍ରତି ଜ଼ିଲ୍ଲା ପ୍ରସାଶନ ଆଗୁଆ ପଦକ୍ଷେପ ନେଇ ଲୋକ ମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରିଥିଲେ କିନ୍ତୁ ଗତ ୩.୫.୨୦୧୯ ଫନିରେ କୌଣସି ପ୍ରଭାବ ଏହି ଜ଼ିଲ୍ଲାରେ ପଡ଼ି ନ ଥିବାରୁ ଲୋକମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆ ଯାଇଥିଲା | ଜ଼ିଲ୍ଲାପାଳ ନିଜେ ସମଗ୍ର ଆଶ୍ରୟ ସ୍ଥଳୀକୁ ଫନି ସ୍ଥଳ ଭାଗ ଛୁଇଁବା ପରେ ପରିଦର୍ଶନ କରିଥିଲେ | ଏହି ଫନିରେ ବାତ୍ୟା ଆଶଙ୍କାରେ ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଥିବା ଗର୍ଭବତୀ ୧୮ଟି ମହିଳା ସୁରକ୍ଷିତ ଭାବେ ଶିଶୁ ଜନ୍ମ ଦେଇଥିଲେ |

ଏହି ଜ଼ିଲ୍ଲାର ପ୍ରମୁଖ ନଦୀ ନାଗବଳି ଓ ବଂଶଧାରାରେ ଜଳପତ୍ତନ ସ୍ଥିର ରହିଥିଲା ଯଦ୍ୱାରା ବନ୍ୟାର ଆଶାଙ୍କା ଟଳି ଯାଇଥିଲା | ଠିକ ସେହିପରି ବର୍ଷା ଭୟରେ କେନ୍ଦୁଗୁଡା ଠାରେ ଅବସ୍ଥିତ ବଡ଼ନାଳର ଡେମ ରୁ ପାଣି ଛଡା ଯାଇଥିଲା କିନ୍ତୁ ସକାଳୁ ବର୍ଷା ପ୍ରଭାବ ଶୂନ୍ୟ ହେବାରୁ ଖୋଲା ଯାଇଥିବା ଗେଟକୁ ବନ୍ଦ କରାଯାଇଥିଲା | ରାୟଗଡା ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଓଡିଶା ନିୟୁଜ୨୪କୁ ଏକ ସାକ୍ଷାତ କାରରେ କହିଛନ୍ତି ଫନିର ପ୍ରଭାବ ଏହି ରାୟଗଡ଼ ଜ଼ିଲ୍ଲାରେ କିଛି ପଡ଼ିନାହିଁ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ,ସଭାପତି ହେଲେ ଡ଼ଃ ଅର୍ଚ୍ଚନା ପଟ୍ଟନାୟକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୯/୦୭): ଗତ ୦୭ :୦୭ :୨୦ ତାରିଖ ଦିନ ରାୟଗଡା ପୌରପାଳିକା ସ୍ଥିତ ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ...

ରାୟଗଡ ଜିଲ୍ଲାପାଳ ଙ୍କ ବ୍ଲକ ଗସ୍ତ ଓ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଧ୍ୟାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (ତା.୯/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ରାୟଗଡା ବ୍ଲକର ବିଭିନ୍ନ ସ୍ଥାନରେ ଗତକାଲି ତା.୮.୭.୨୦ରିଖଦିନ ଅଚାନକ ଗସ୍ତ କରି...

କୋଦଳାରେ ସଟଡାଉନର ପ୍ରଭାବ-ଖାଁ ଖାଁ ରାସ୍ତାଘାଟ

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୯/୦୭): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା...

ବିଲ ମଧ୍ୟରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରିପୋର୍ଟ: ମାନସ ରଞ୍ଜନ ରାଉତ //ଧର୍ମଗଡ (୦୮/୦୭): ଧର୍ମଗଡ ଥାନା ଲୁହଗାଁର ଏକ ବିଲରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଇଛି ।

Recent Comments

%d bloggers like this: