Friday, March 29, 2024

Top 5 This Week

Related Posts

ଜୟପାଟଣା ପୋଲିସ ର ବଡ ସଫଳତା : ଚାଲାଣ ସମୟରେ ୪୨୭ କେଜି ଗଞ୍ଜେଇ ଜବତ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, ତା.(୨୮/୦୫) : କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ମାଫିଆ ମାନେ ସକ୍ରୀୟ ହେଉଥିବା ବେଳେ ଜୟପାଟଣା ପୋଲିସକୁ ବଡ ସଫଳତା ମିଳିଛି ।

କଳାହାଣ୍ଡି ଏସପି ଅଭିଲାଷ ଜି. ଆଇପିଏସ ଙ୍କ ନିର୍ଦ୍ଦେଶରେ ଜୟପାଟଣା ଥାନାଧିକାରୀ ବାସୁଦେବ ଛତ୍ରୀଆଙ୍କ ନେତୃତ୍ୱରେ ପୋଲିସ ଟିମ କୌଣସି ସୂତ୍ରରୁ ଖବର ପାଇ ଏକ ବୋଲେରୋ ପିକପ OD 08 L 6226 ଗାଡିରେ ପ୍ରତାପପୁର କେନାଲ ରାସ୍ତା ମଧ୍ୟ ଦେଇ ୪୨୭ କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ପଡୋଶୀ ଆନ୍ଧ୍ର ପ୍ରଦେଶ ର ଭେଲାକାଟୁ ଠାରୁ ମହୁଲପାଟଣା ଘାଟି ରେ କୋକସରା ପଟକୁ ଆଣୁଥିବା ବେଳେ ବୋଲେରୋ ଏସଏଲଇ OD 33 AA 2027 ଏବଂ ଏକ ଗ୍ଲାମର OD 08 G 4118 ବାଇକ ରେ ରାଜେନ୍ଦ୍ର ଦଣ୍ଡସେନା, ସାଗର ପାଣିଗ୍ରାହୀ, ପିଙ୍କୁ ରାଉତ, ଦୟାସାଗର ପୋଡ, ରିପୁ ପୁଞ୍ଜି ଉକ୍ତ ଗଞ୍ଜେଇ ଗାଡିକୁ ଏସକର୍ଟ କରି ଆଣୁଥିବା ପୋଲିସ ଜାଣିପାରି ସମସ୍ତଙ୍କୁ ଘଟଣା ସ୍ଥଳରେ ଗିରଫ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ଜୟପାଟଣା ପୋଲିସ ଏମଡିପିଏସ ଆଇନ ର ଧାରା ୨୦ ଏ.ବି.ସି ଅନୁସାରେ ଥାନା କେସ ନଂ. ୧୮୬ ତା.୨୭/୦୫/୨୦୨୨ ରେ ଏକ କେଶ ରୁଜ୍ଜୁ କରି କୋକସରା ତେଣ୍ଡାପାଲି ର ଟିକେଧର ଗଏନ୍ତା (୩୮) କୃଷ୍ଣ ବିଶି (୫୦) ଓ ଦିବାକର ମାଝୀ (୪୦), ଦାବରୀଗୁଡା ର ଶୋଭା ମାଝୀ (୩୬), ଉଛଲା ର ଶଙ୍କର ଧଙ୍ଗଡାମାଝୀ (୪୨), ଜୁନାଗଡ ର ରାଜେନ୍ଦ୍ର ଦଣ୍ଡସେନା (୩୫), ବଡକୁଟ୍ରୁର ସାଗର ପାଣିଗ୍ରାହୀ (୩୦), ବିଜମରାର ପିଙ୍କୁ ରାଉତ (୩୦), ମାଝୀଗୁଡା ର ଦୟାସାଗର ପୋଡ (୩୦) ଓ ରିପୁ ପୁଞ୍ଜି (୪୨) ଙ୍କୁ ଗିରଫ କରି ୪୨୭ କେଜି ଗଞ୍ଜେଇ, ବୋଲେରୋ, ପିକଅପ, ବାଇକ, ୫ ଗୋଟି ମୋବାଇଲ ଓ ୧୧ ହଜାର ୫୬୦ ଟଙ୍କା ଜୟପାଟଣା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ।

Popular Articles