ସମସ୍ତ ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ

0
165
ସମସ୍ତ ପୁରୁଣା ଗାଡ଼ିରେ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, ତା (୨୮/୦୫) : ରାଜ୍ୟରେ ଯାତାୟତ କରୁଥିବା ସମସ୍ତ ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ଲଗାଇବା ବାଧ୍ୟତାମୂଳକ ।

ଆସନ୍ତା ୩ ମାସ ସୁଦ୍ଧା ସମସ୍ତ ପୁରୁଣା ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଲଗାଇଲେ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମସ୍ତ ପୁରୁଣା ଗାଡ଼ି ର ମାଲିକମାନଙ୍କୁ ୩ ମାସ ସମୟ ଦିଆଯାଇଛି । ସେମାନେ ଏହି ଅବଧି ମଧ୍ୟରେ ନିଜ ଗାଡ଼ି ର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବେ ।

୨୦୧୯ ଏପ୍ରିଲ ପହିଲାରୁ ରାଜ୍ୟରେ ସମସ୍ତ ନୂଆ ଗାଡ଼ି ରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ (ଏଚଏସଆରପି) ବାଧ୍ୟତାମୂଳକ ହୋଇଛି । ପରିବହନ ବିଭାଗ ପକ୍ଷରୁ ସବୁ ପୁରୁଣା ଗାଡ଼ି ଗୁଡ଼ିକର ନମ୍ବର ପ୍ଲେଟ ପରିବର୍ତ୍ତନ ପାଇଁ ମଧ୍ୟ ଅବଧି ସ୍ଥିର ହୋଇଛି ।